19.1 C
Bhubaneswar
Monday, November 18, 2024
Homeଅପରାଧଇଅରଫୋନ ପାଇଁ ଶ୍ରମିକଙ୍କ ଜୀବନ ନେଲା ନାବାଳକ

ଇଅରଫୋନ ପାଇଁ ଶ୍ରମିକଙ୍କ ଜୀବନ ନେଲା ନାବାଳକ

ସମ୍ବଲପୁର: ସାମାନ୍ୟ ଇଅରଫୋନ ପାଇଁ ଜୀବନ ନେଲା ନାବାଳକ । ଇଅରଫୋନ ଦେବାକୁ ମନା କରିବାରୁ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଢୁଡ଼ିଆପଡାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ନାବାଳକ ଓ ବିନୋଦ ନାମକ ଜଣେ ବ୍ୟକ୍ତି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ ।

ରାତିରେ ଉଭୟେ ଗୋଟିଏ ସ୍ଥାନରେ ଶୋଇ ବ୍ଲୁଟୁଥ ଇଅରଫୋନରେ ଗୀତ ଶୁଣୁଥିଲେ । ବିନୋଦକୁ ନିଦ ଆସିବାରୁ ସେ ନିଜର ଇଅରଫୋନକୁ ବନ୍ଦ କରୁଥିଲେ । ଏହି ସମୟରେ ଅଭିଯୁକ୍ତ ନାବାଳକ ବିନୋଦଙ୍କ ଠାରୁ ଇଅରଫୋନ ଛଡାଇବା ପାଇଁ ପ୍ରୟାସ କରିଥିଲା । ବିନୋଦ ବାରଣ କରିବାରୁ ନାବାଳକ ଜଣକ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking