20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଅଗଷ୍ଟ ୫ରୁ ୧୫ ସ୍ମାରକୀ ସ୍ଥଳୀ ଦର୍ଶନ ମାଗଣା

ଅଗଷ୍ଟ ୫ରୁ ୧୫ ସ୍ମାରକୀ ସ୍ଥଳୀ ଦର୍ଶନ ମାଗଣା

ନୂଆଦିଲ୍ଲୀ : ଆଜାଦୀ କା ଅମୃତ ମହାତ୍ସବ ଅବସରରେ ଏଏସଆଇ ର ବଡ ଘୋଷଣା । ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀ ସ୍ଥଳୀ ଦର୍ଶନ ୧୧ ଦିନ ପାଇଁ ଦେୟମୁକ୍ତ । ଅଗଷ୍ଟ ୫ ରୁ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟକ ଫି ଦାଖଲ ନ କରି ଦର୍ଶନ କରିପାରିବେ । ଦେଶ ୭୫ ତମ ସ୍ୱାଧୀନତା ଦିବସ ପଳୁ ଥିବାରୁ ଏଏସଆଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଅଗଷ୍ଟ ୫ରୁ ୧୫ ପର‌୍ୟ୍ୟନ୍ତ ସ୍ମାରକୀ ସ୍ଥଳୀମାନଙ୍କରେ ମାଗଣା ପରିଦର୍ଶନ କରିହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଆଜି ଘୋଷଣା କରିଛନ୍ତି । ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ନେଇ ଉତ୍ସୁକତା ପ୍ରକାଶ ପାଇଛି । କେନ୍ଦ୍ର ସରକାର ଦେଶବାସୀଙ୍କୁ ଗୋଟିଏ ବନ୍ଧନରେ ବାନ୍ଧି ରଖିବା ପାଇଁ ପ୍ରୟାସ କରୁଛନ୍ତି । ଅଗଷ୍ଟ ୨ରୁ ୧୫ ପର‌୍ୟ୍ୟନ୍ତ ନିଜ ପ୍ରୋଫାଇଲ ପିକଚରରେ ତ୍ରିରଙ୍ଗା ରଖିବାକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅପିଲ କରିଥିଲେ । ‘ମନ କୀ ବାତ’ କାର‌୍ୟ୍ୟକ୍ରମରେ ମୋଦୀ ଦେଶବାସୀଙ୍କୁ ଏହି ନିବେଦନ କରିଥିଲେ । ଏଥିସହିତ ଜାତୀୟ ପତାକାର ଡିଜାଇନର ପୀଙ୍ଗାଲି ଭେଙ୍କାୟାଙ୍କୁ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ତ୍ରିରଙ୍ଗା ନିର୍ମାଣ ପାଇଁ ପୀଙ୍ଗାଲିଙ୍କର ଯେଉଁ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି, ତାହାକୁ ଦେଶ ସର୍ବଦା ମନେ ରଖିବ ବୋଲି ମୋଦୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking