27.1 C
Bhubaneswar
Tuesday, September 27, 2022
Homeଦେଶ ବିଦେଶ'ଟଫି ଖାଆନ୍ତୁ, ଟେଷ୍ଟ ଜଣାନ୍ତୁ’: ପ୍ରତି ମାସରେ ମିଳିବ ୬.୫ ଲକ୍ଷ ଟଙ୍କା ଦରମା !

‘ଟଫି ଖାଆନ୍ତୁ, ଟେଷ୍ଟ ଜଣାନ୍ତୁ’: ପ୍ରତି ମାସରେ ମିଳିବ ୬.୫ ଲକ୍ଷ ଟଙ୍କା ଦରମା !

ନୂଆଦିଲ୍ଲୀ : ଯଦି ଆପଣ ଟଫି ଖାଇବାକୁ ପସନ୍ଦ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଡ୍ରିମ୍ ଜବ୍ ହୋଇପାରେ । ଏକ କମ୍ପାନୀ କ୍ୟାଣ୍ଡି ଖାଇବା ବଦଳରେ ଲକ୍ଷ ଲକ୍ଷ ଟଙ୍କାର ସାଲାରୀ ବିଶିଷ୍ଟ ଜବ୍ ଅଫର କରୁଛି । ଏଥିପାଇଁ ବିଜ୍ଞାପନ ମଧ୍ୟ ଦିଆଯାଉଛି । କ୍ୟାଣ୍ଡି ଫନହାଉସ ନାମକ ଏହି କମ୍ପାନୀ ଏମିତି କର୍ମଚାରୀ ରଖିବାକୁ ଚାହୁଁଛି ଯେଉଁମାନେ କ୍ୟାଣ୍ଡିଜ୍ ଖାଇବା ପସନ୍ଦ କରନ୍ତି । ସେମାନଙ୍କ କାମ ହେବ କ୍ୟାଣ୍ଡି ଟେଷ୍ଟ (ସ୍ୱାଦ ଚାଖି) ଏକ୍ସପ୍ଲୋର କରିବା । କର୍ମଚାରୀ କ୍ୟାଣ୍ଡିଜ୍ ଟେଷ୍ଟ କରି ତାର ରିଭ୍ୟୁ ଦେବାକୁ ହେବ । ଅର୍ଥାତ୍ କର୍ମଚାରୀଙ୍କ କାମ ଟେଷ୍ଟ ଟେଷ୍ଟର ର ହେବ । ସେହି କ୍ୟାଣ୍ଡିର ଟେଷ୍ଟ ଜଣାଇବା ବଦଳରେ ତାଙ୍କୁ ପଇସା ଦିଆଯିବ । ତା ମଧ୍ୟ ବାର୍ଷିକ ୭୮ ଲକ୍ଷ ଟଙ୍କା । ଅର୍ଥାତ୍ ମାସକୁ ପ୍ରାୟ ୬.୫ ଲକ୍ଷ ଟଙ୍କା । ଏହି ଅନଲାଇନ୍ ରିଟେଲ କମ୍ପାନୀ କାନାଡାରେ ସ୍ଥିତ । କମ୍ପାନୀ ବର୍ଷସାରା ନିଜ କର୍ମଚାରୀଙ୍କୁ କ୍ୟାଣ୍ଡି ଖାଇବା ବଦଳରେ ୭୮ ଲକ୍ଷ ଟଙ୍କା ଦେବ । କମ୍ପାନୀ ତରଫରୁ ଏହି ଅଫର କରାଯାଉଥିବା ଏହି ପୋଷ୍ଟର ନାଁ ‘ଚିଫ୍ କ୍ୟାଣ୍ଡି ଅଫିସର’ । ଜବ୍ ପାଇଁ କର୍ମଚାରୀଙ୍କୁ ଅଫିସ୍ ମଧ୍ୟ ଯିବାକୁ ପଡିବନି । ସେମାନେ ଘରେ ବସି ମଧ୍ୟ ଏହି କାମ କରିପାରିବେ । କମ୍ପାନୀର ଲିଙ୍କ୍ଡଇନ୍ ପୋଷ୍ଟ ଅନୁସାରେ ଚୟନ କରାଯାଇଥିବା ଆବେଦକଙ୍କ ପ୍ରତି ମାସରେ ୩,୫୦୦ ପ୍ରଡକ୍ଟର ସ୍ୱାଦ ପରୀକ୍ଷା କରିବାକୁ ପଡିବ । ରିପୋର୍ଟ ଅନୁସାରେ ଏହି ଚାକିରୀ ପାଇଁ ବୟସ ସୀମା ନାହିଁ । ୫ ବର୍ଷର ପିଲା ମଧ୍ୟ ଏହି ଜବ୍ ପାଇଁ ଆବେଦନ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking