27.1 C
Bhubaneswar
Monday, June 23, 2025
Homeଓଡିଶାଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ଚୂନ ପ୍ଳାଷ୍ଟର

ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ଚୂନ ପ୍ଳାଷ୍ଟର

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହରେ ଖସିଛି ଚୂନ ପ୍ଳାଷ୍ଟର। ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ ଚୂନ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଛି। ପ୍ଳାଷ୍ଟରଟିକୁ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି। ପ୍ଳାଷ୍ଟରଟି ଖସିବା ପରେ ଚୁନା ହୋଇଯାଇଥିଲ।ଗତକାଲି ପଥରଟିକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଛି। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗିନାହିଁ।

ଅନ୍ୟପଟେ ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ନେଇ ଚର୍ଚ୍ଚା ହେବାପରେ ସ୍ପଷ୍ଟୀକରଣ ରଖିଛନ୍ତି ପୁରୀ ଜିଲ୍ଲାପାଳ । ସେ କହିଛନ୍ତି ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଛି । ଆଜି ଏ ନେଇ ଦେଉଳ କମାଣ୍ଡର ରିପୋର୍ଟ ଦାଖଲ କରିବେ । ଏଏସଆଇକୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହର ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । ହେଲେ ଏବେ କେମିତି ପ୍ଲାଷ୍ଟର ଖସିଛି ତାହା ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ମିଳିବା ପରେ ସବିଶେଷ ତଥ୍ୟ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ଶ୍ରୀମନ୍ଦିର ଅଧୀକ୍ଷଣ ଯନ୍ତ୍ରୀ ନରେଶ ଚନ୍ଦ୍ର ରାଉତ କହିଛନ୍ତି ଯେ ‘‘କିଛି ଦିନ ତଳେ ଅଳ୍ପ କିଛି ଚୂନ ଖସିଥିଲା। ଏହା ଏକ ବଡ଼ ଘଟଣା ନୁହେଁ।’’ ଗର୍ଭଗୃହର ମରାମତି ସମୟରେ ପଥରଗୁଡ଼ିକୁ ସୁରକ୍ଷିତ କରି ରଖିବା ଲାଗି ଏକ ବିଶେଷ ଧରଣର ପ୍ରଲେପ(ଚୂନ) ଦିଆଯାଇଥାଏ। ଏହି ପ୍ରଲେପରୁ ଏକ ଖଣ୍ଡ ଖସିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking