25.1 C
Bhubaneswar
Sunday, January 19, 2025
Homeଓଡିଶାଚାଷୀ ସମସ୍ୟାକୁ ଫୋକସ୍‌: ୬ ସ୍କ୍ୱାଡ୍ ଗଢ଼ିଲା ବିଭାଗ

ଚାଷୀ ସମସ୍ୟାକୁ ଫୋକସ୍‌: ୬ ସ୍କ୍ୱାଡ୍ ଗଢ଼ିଲା ବିଭାଗ

ପାଞ୍ଚ ଜିଲ୍ଲା ପରିଦର୍ଶନ କରିବେ ପ୍ରତି ସ୍କ୍ୱାଡ୍
ଭୁବନେଶ୍ୱର: ଜିଲ୍ଲାରେ ଖରିଫ ଫସଲର ସ୍ଥିତି, ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀର ଯୋଗାଣ ଓ ବିକ୍ରି ସମେତ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରି କ୍ଷେତ୍ର ସ୍ତରରେ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୬ ଗୋଟି ମିଳିତ ସ୍କ୍ୱାଡ୍ ଗଠନ କରାଯାଇଛି । ଏହି ସ୍କ୍ୱାଡ୍‌ରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ସମେତ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ଅଧିକାରୀମାନେ ରହି ଜିଲ୍ଲା ଗସ୍ତ କରିବେ । ପ୍ରତି ସ୍କ୍ୱାଡ୍‌କୁ ପାଞ୍ଚଟି ଲେଖାଏଁ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି । ସେମାନେ ପ୍ରତି ମାସରେ ଦୁଇଟିରୁ ତିନୋଟି ଜିଲ୍ଲା ଗସ୍ତ କରି ପ୍ରତ୍ୟକ୍ଷ ଭାବରେ କ୍ଷେତ୍ରୀୟ ସ୍ଥିତିର ଅନୁଧ୍ୟାନ କରିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ । ଆଗାମୀ ଦୁଇମାସ ମଧ୍ୟରେ ଉଦ୍ଦିଷ୍ଟ ୫ଟି ଜିଲ୍ଲା ପରିଦର୍ଶନ କରିବେ । ଯଦି ଆବଶ୍ୟକତା ଅନୁଭବ ହୁଏ, ତେବେ ସ୍କ୍ୱାଡ୍ ଅଧିକ ଥର ଜିଲ୍ଲା ପରିଦର୍ଶନ କରିବା ପାଇଁ କୁହାଯାଇଛି । ଗସ୍ତ ସମୟରେ ମିଳିତ ସ୍କ୍ୱାଡ୍ ବିଭାଗ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରି ଯୋଜନାର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ପରାମର୍ଶ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କ୍ୱାଡ୍‌ଗୁଡ଼ିକ ଗସ୍ତ ଶେଷରେ ବିବରଣୀ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ମନ୍ତ୍ରୀଙ୍କ ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking