ନୂଆଦିଲ୍ଲୀ : ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯିବାକୁ ପାସପୋର୍ଟ ଜରୁରୀ ହୋଇଥାଏ । ଲଣ୍ଡନର ଇମିଗ୍ରେସନ କନସଲଟେନ୍ସି ହେନଲି ଆଣ୍ଡ ପାର୍ଟନରସ ୨୦୨୨ ପାଇଁ ଦୁନିଆର ପାୱାରଫୁଲ ପାସପୋର୍ଟ ରାଙ୍କିଙ୍ଗ ଜାରି କରିଛନ୍ତି । ଏହି ପାସପୋର୍ଟ ରାଙ୍କିଙ୍ଗରେ ପାକିସ୍ତାନର ସ୍ଥିତି ପୂରା ଖରାପ ରହିଛି । ଏହି ଇନଡେକ୍ସରେ ୧୯୯ ଦେଶର ପାସପୋର୍ଟ ମଧ୍ୟରେ ପାକିସ୍ତାନ ୧୦୯ତମ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ପାକିସ୍ତାନ ପାସପୋର୍ଟ ବିଶ୍ୱର ୪ର୍ଥ ଦୁର୍ବଳ ପାସପୋର୍ଟ । ଏହି ପାସପୋର୍ଟଧାରୀଙ୍କୁ କେବଳ ୩୨ଟି ଦେଶ ବୁଲିପାରିବେ । ପାକିସ୍ତାନ ପାସପୋର୍ଟ କେବଳ ସିରିୟା, ଇରାକ ଓ ଆଫଗାନିସ୍ତାନଠାରୁ ଭଲ ଅଟେ । ଏଥିରେ ଭାରତ ପାକିସ୍ତାନଠାରୁ ବହୁତ ଆଗରେ ରହିଛି । ପାସପୋର୍ଟ ଇନଡେକ୍ସରେ ଭାରତକୁ ୮୭ତମ ସ୍ଥାନ ମିଳିଛି । ଭାରତୀୟ ପାସପୋର୍ଟ ଧାରକ ବିନା ଭିସାରେ ୬୦ଟି ଦେଶକୁ ଯାଇପାରିବେ । ଏହି ଲିଷ୍ଟରେ ଜାପାନକୁ ପ୍ରଥମ ସ୍ଥାନ ମିଳିଛି । ଯାହା ୧୯୩ ଦେଶରେ ବିନା ଭିସାରେ ଅନୁମତି ଦେଇଥାଏ ।