26.1 C
Bhubaneswar
Saturday, January 11, 2025
Homeଓଡିଶାଭୁବନେଶ୍ୱରଚେସ୍ ଅଲିମ୍ପିଆଡ’ ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଚେସ୍ ଅଲିମ୍ପିଆଡ’ ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚେସ୍ ଅଲିମ୍ପିଆଡର ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଲୋକସେବା ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି ଚେସର ଉତ୍ପତି ସ୍ଥଳ ଭାରତ । ଚେସ୍ ଚତୁରଙ୍ଗ ଭାବେ ଖେଳାଯାଉଥିଲା । ଚେସରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା । ଅନେକ ଓଡ଼ିଆ ଖେଳାଳି ସଫଳତା ଚେସରେ ପାଇଛନ୍ତି । ଓଡ଼ିଶାକୁ ମଶାଲ ଆସିଥିବାରୁ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାପରେ କିଟ୍ କନଭେନସନ ପରେ ସିଧାସଳଖ ପୁରୀ ଏବଂ ପୁରୀରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇ ସେଠାରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସି ରାୟପୁର ଅଭିମୁଖେ ବାହାରିବ ମଶାଲ ।ଆଜି ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ମଶାଲକୁ ସ୍ୱାଗତ କରାଯାଇଥିଲା । ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ଅତିଥି ଭବନ, ପରେ ଲୋକ ସେବା ଭବନ ପହଞ୍ଚିଥିଲେ । ଆସନ୍ତା ୨୮ରୁ ତାମିଲନାଡୁ ମହାବଲ୍ଲିପୁରମରେ ହେବ ପ୍ରତିଯୋଗିତା । ଚେସ୍‌ ଅଲମ୍ପିଆଡରେ ୧୮୮ଟି ଦେଶ  ଭାଗ ନେବେ । ଓଡ଼ିଶା ଏକ ମାତ୍ର ଖେଳାଳୀ ପଦ୍ମିନୀ ରାଉତ ଏଥିରେ ଭାଗନେବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking