ଦାମ୍ବୁଲା: ଏଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ୫ ୱିକେଟ୍ରେ ଶ୍ରୀଲଙ୍କା ମହିଳା ଦଳକୁ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୦ର ଅଜେୟ ଅଗ୍ରଣୀ ଲାଭ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ୭ ୱିକେଟ୍ ବିନିମୟରେ ୧୨୫ ରନ୍ କରିଥିଲା । ଜବାବରେ ଭାରତ ୧୯.୧ ଓଭର୍ରେ ୫ ୱିକେଟ୍ ବିନିମୟରେ ୧୨୭ ରନ୍ କରି ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଓପ୍ନର୍ ସ୍ମୃତି ମନ୍ଧାନା ୩୪ ବଲ୍ରୁ ୩୯ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ହରମନ୍ପ୍ରୀତ୍ କୌର୍ ୩୨ ବଲ୍ରୁ ୩୧ ରନ୍ କରି ଅପରାଜିତ ଥିଲେ । ହରମନ୍ପ୍ରୀତ୍ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ମନୋନୀତ କରଯାଇଥିଲା ।
ଏହି ଇନିଂସ୍ ଅବସରରେ କ୍ୟାପ୍ଟେନ୍ ହରମନ୍ପ୍ରୀତ୍ କୌର୍ ମହିଳା ଟି-୨୦ କ୍ରିକେଟ୍ରେ ସର୍ବାଧିକ ରନ୍ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ସେ ମିତାଲି ରାଜ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି । କୌର୍ଙ୍କର ଏବେ ୧୨୩ ମ୍ୟାଚ୍ରେ ଗୋଟିଏ ଶତକ ଏବଂ ୬ ଅର୍ଦ୍ଧଶତକ ସହାୟତାରେ ମୋଟ ୨୩୭୨ ରନ୍ ହୋଇଛି । ଅନ୍ୟପକ୍ଷରେ ମିତାଲିଙ୍କ ନାମରେ ୮୯ ମ୍ୟାଚ୍ରେ ୨୩୬୪ ରନ୍ ରହିଛି । ୧୨୬ ରନ୍ର ସାଧାରଣ ଟାର୍ଗେଟ୍କୁ ପିଛା କରୁଥିବା ଭାରତୀୟ ମହିଳା ଦଳ ଦ୍ରୁତ ଆରମ୍ଭ କରିଥିଲା ।
ଓପ୍ନର୍ ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ୩.୪ ଓଭର୍ରେ ୩୦ ରନ୍ ପାର୍ଟନର୍ଶିପ୍ କରିଥିଲେ । ତେବେ ଶେଫାଳୀ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଥିଲେ ଏବଂ ୧୦ ବଲ୍ରେ ୧୭ ରନ୍ କରି ଆଉଟ୍ ହୋଇଥିଲା । ସଭିନେନି ମେଘନା ୧୭ ରନ୍ କରି ଆଉଟ୍ ହୋଇଥିବା ବେଳେ ସ୍ମୃତି ମନ୍ଧାନା ୩୪ ବଲ୍ର ଇନିଂସ୍ରେ ୮ ଚୌକା ଲଗାଇଥିଲେ । ପରେ କୌର୍ ୩୨ ବଲ୍ରେ ଦୁଇ ଚୌକା ସହାୟକାରେ ୩୧ ରନ୍ର ଇନିଂସ୍ ଖେଳି ଭାରତକୁ ବିଜୟୀ କରାଇଥିଲେ ।
ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ପକ୍ଷରୁ ଓପ୍ନର୍ ଭିଶମି ଗୁଣରତ୍ନେ ଓ କ୍ୟାପ୍ଟେନ୍ ଚମାରୀ ଅଟାପାଟ୍ଟୁ ପ୍ରଥମ ୱିକେଟ୍ ପାଇଁ ୮୭ ରନ୍ର ପାର୍ଟନର୍ଶିପ୍ କରି ଦଳ ପାଇଁ ମଜଭୁତ ଆରମ୍ଭ ଦେଇଥିଲେ । ମାତ୍ର ଏହି ଦୁଇ ବ୍ୟାଟର୍ଙ୍କ ଆଉଟ୍ ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ସହ ୭ ୱିକେଟ୍ ୧୨୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ଦୁଇଟି ଏବଂ ରେଣୁକା ସିଂହ, ରାଧା ଯାଦବ, ପୂଜା ବସ୍ତ୍ରାକାର ଓ ହରମନପ୍ରୀତ୍ କୌର୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ସିରିଜ୍ର ତୃତୀୟ ମ୍ୟାଚ୍ର ସୋମବାର ଖେଳାଯିବ ।