ଜୟପୁର: ନିକଟରେ ବିହାରର ଭାଗଲପୁର ଜିଲ୍ଲାର ଶିବନାରାୟଣପୁର ସହାୟକ ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଅପରାଧ ମାମଲା ଦେଖିବାକୁ ମିଳିଛି। ଯାହାକୁ ଶୁଣିବା ପରେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମାମଲାକୁ ନେଇ ମିଳିଥିବା ସୂଚନା ଅନୁସାରେ ଏଠାକାର ଗାଁରେ ରହୁଥିବା ଜଣେ ବଯୁକ ୨୧ ବର୍ଷୀୟ ଜଣେ ଯୁବତୀଙ୍କୁ ବଳାତ୍କାର କରିଛନ୍ତି ବିରୋଧ କରିବା ପରେ ତାଙ୍କ ଉପରେ କିରୋସିନି ଜଳାଇ ନିଆଁ ଲଗାଇ ଦେଇଛନ୍ତି। ଯାହାଫଳରେ ପୀଡିତାଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଅଭିଯୁକ୍ତର ସମ୍ପର୍କରେ ଶାଳି ଥିଲେ। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଏହି ମାମଲାର ସୂଚନା ଦେଇ ପୋଲିସ କହିଛି ଯେ, ଦୁଇ ଦିନ ପୂର୍ବରୁ ପରିବାର ଲୋକଙ୍କ ସହିତ ଅଭିଯୁକ୍ତ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବୃଦ୍ଧଚକ ଥାନା ଅନ୍ତର୍ଗତ ଗୋଘଟ ଗାଁକୁ ଆସିଥିଲେ। କିନ୍ତୁ ବୁଧବାର ଯେତେବେଳେ ଯୁବତୀ ଜଣକ ନିଜ ଗାଁକୁ ଫେରି ଯାଇଥିଲେ ତାଙ୍କର ଭିଣୋଇଙ୍କ ଭାଇ ପପୁ ସାହାନୀ ମଧ୍ୟ ତାଙ୍କ ସହିତ ଆସିଯାଇଥିଲେ। ଯେତେବେଳେ ପୀଡିତାଙ୍କ ପରିବାର ଲୋକ କ୍ଷେତକୁ ଚାଷ କରିବାକୁ ଘରୁ ବାହାରିଥିଲେ ଯୁବତୀ ଜଣକୁ ଏକା ପାଇଁ ତା’ ସହ ଦୁଷ୍କର୍ମ କରିବା ପରେ କିରୋସିନ ଜଳାଇ ହତ୍ୟା କରିଥିଲେ।
ପୀଡିତାଙ୍କ ଚିତ୍କାର ଶୁଣିବା ପରେ ଆଖପାଖର ଲୋକ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ କାବୁ କରିନେଇଥିଲେ ଓ ଏହାର ସୂଚନା ପୋଲିସକୁ ଦେଇଥିଲେ। ଏହାପରେ ପୀଡିତାଙ୍କୁ ଗମ୍ଭୀର ପରିସ୍ଥିତିରେ ମାୟାଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ସେଭଳି ପୋଲିସ ମଧ୍ୟ ଅଭିଯୁକ୍ତକୁ ଗିରଫ କରିନେଇଛି।