କଟକ : ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା । ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ କମିବା ବଦଳରେ ବଢିଲା। କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ନେଇ ଏତଲା ।
ଏତଲାରେ ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି । କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଡିଓ କରୁଛନ୍ତି। ଭିଡିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର ମାନହାନି ସହ ଅନୁଭବ ଚରିତ୍ରହାନି କରୁଛନ୍ତି। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେଉଛନ୍ତି ବୋଲି ବର୍ଷା କହିଛନ୍ତି।