34.1 C
Bhubaneswar
Friday, March 29, 2024
Homeଆଇପିଏଲ୍ -2022ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କଲା ପଞ୍ଜାବ

ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କଲା ପଞ୍ଜାବ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟରେ ଚାଲିଥିବ‌ା ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚରେ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି ପଞ୍ଜାବ । ଏହି ମ୍ୟାଚରେ ପଞ୍ଜାବ ୧୫୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୫.୧ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ କରି ବିଜୟ ହୋଇଛି । ପଞ୍ଜାବ ପକ୍ଷରୁ ଶିଖର ଧାୱନ ୩୯ ରନ୍‌ କରିଥିବା ବେଳେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଦମ୍‌ଦାର ୨୨ ବଲରେ ୪୯ ରନ୍‌ କରି ପଂଜାବକୁ ବିଜୟ ଭେଟି ଦେଇଥିଲେ । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଫଜଲହାକ୍ ଫାରୁକି ୨ ୱିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର, ଜଗଦେଶା ସୁଚିଥ୍, ଉମରନ୍ ମଲିକ୍ ୧-୧ ୱିକେଟ ନେଇଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ୪୩ରନ କରିଥିବାବେଳେ ରୋମାରିଓ ସେଫର୍ଡ ୨୬, ଓ୍ବାସିଂଟନ ସୁନ୍ଦର ୨୫ରନ, ଆଇଡେନ ମାର୍କରାମ ୨୧ରନ ଓ ରାହୁଲ ତ୍ରିପାଠୀ ୨୦ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ରନ କରିଥିଲା । ପଂଜାବ ପକ୍ଷରୁ ହରପ୍ରୀତ ବ୍ରାର ଓ ନାଥନ ଏଲିସ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଉଭୟ ହାଇଦ୍ରାବାଦ ଓ ପଞ୍ଜାବ ଦଳ ଭଲ ଆରମ୍ଭ କରିଥିଲେ ବି ପରେ ଲଗାତାର ମ୍ୟାଚ ହାରି ପ୍ଲେ ଅଫ ଦୌଡରୁ ବାଦ ପଡ଼ିଥିଲେ । ଉଭୟ ଦଳ ଏପର୍ଯ୍ୟନ୍ତ ୧୩ଟି ଲେଖାଏଁ ମ୍ୟାଚ ଖେଳି ୬ ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ପଂଜାବ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଓ ହାଇଦ୍ରାବାଜ ୮ମ ସ୍ଥାନରେ ରହିଛି । ଆଜି ମ୍ୟାଚର ପଞ୍ଜାବ ଆଉ ୨ ପଏଣ୍ଟ ପାଇ ନିଜର ପଏଣ୍ଟ ସଂଖ୍ୟାକୁ ୧୪କୁ ବୃଦ୍ଧି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking