ନୂଆଦିଲ୍ଲୀ : ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଅଭାବନୀୟ ଘଟଣା । ଗତକାଲି(ଶନିବାର) ସନ୍ଧ୍ୟାରେ ଜଣେ ୩୫ ବର୍ଷିୟ ମହିଳା ଏବଂ ତାଙ୍କ ଦୁଇ ଝିଅଙ୍କ ମୃତଦେହ ମିଳିଛି। “ଶ୍ୱାସରୁଦ୍ଧ ହେତୁ ଏମାନଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି । ଏଥି ସହ ପୋଲିସ କହିଛି ଯେ ସେମାନେ ଘଟଣାସ୍ତଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛନ୍ତି । ଘର ଭିତରୁ ତାଲା ପଡିଥିବାରୁ ପୋଲିସ ପ୍ରାଥମିକ ଅନୁସନ୍ଧାନରେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ।
ଘର ଭିତରୁ ମା ଏବଂ ଦୁଇ ଝିଅଙ୍କ ମୃତଦେହ ମିଳିଥିବା ପୋଲିସ କହିଛି । ଏନେଇ ପୋଲିସ କହିଛି ଯେ, କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ଯେ ଗୋଟିଏ ପରିବାର ନିଜ ଘର ଭିତରେ ତାଲା ପକାଇ ଦେଇଥଲେ । ଯେତେବେଳେ ପୋଲିସ ଟିମ୍ କବାଟ ଭାଙ୍ଗିଲା, ସେତେବେଳେ ତିନି ଶବ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସେ ଆହୁରି ମଧ୍ୟ ଜାଣିବାକୁ ପାଇଲେ ଯେ କୋଠରୀରେ ତିନୋଟି ଛୋଟ ମହମବତୀ ରଖାଯାଇଛି । ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି ।
ଡିସିପି କହିଛି ଯେ ତଦନ୍ତ ଚାଲିଛି, ତଥାପି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କୋଭିଡ -19 କାରଣରୁ ମହିଳାଙ୍କ ସ୍ୱାମୀ ଗତ ବର୍ଷ ଏପ୍ରିଲରେ ମୃତ୍ୟୁବରଣ କରିଥିଲେ । ଏଥିପାଇଁ ପରିବାର ଅବସାଦରେ ରହୁଥିଲେ । ସ୍ଥାନୀୟ ଲୋକ ଏହା ମଧ୍ୟ କହିଛନ୍ତି ଯେ ମହିଳା ଜଣକ କିଛି ରୋଗରେ ପୀଡିତ ଥିଲେ ।