ବରଗଡ : ପ୍ରେମ ବ୍ୟାପାରକୁ ନେଇ ପ୍ରେମିକାକୁ ହତ୍ୟା ଅଭିଯୋଗ, ଏମିତି ଏକ ହୃଦୟଵିଦାରକ ଘଟଣା ଘଟିଛି ବରଗଡ ଜିଲ୍ଲା ତେଜଙ୍ଗ ଗ୍ରାମରେ । ମୃତ ଯୁବତୀ ଜଣକ ହେଲେ ବରପାଲି ଥାନା ତେଜଙ୍ଗ ଗାଁର ୨୯ ବର୍ଷିୟା ଅନ୍ଧାରୀ ଦୀପ । ମହଦା ନିକଟରେ ଥିବା ରାଞ୍ଜ ନଦୀରେ ଯୁବତୀଙ୍କୁ ହତ୍ୟା କରିବା ପରେ ପ୍ରେମିକ ଓ ଅନ୍ୟ କେତେକ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି । ରାତିରେ ଏହି ହତ୍ୟା କାଣ୍ଡ ଘଟିଥିବା ବେଳେ ପୋଲିସ ସକାଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି , ଏନେଇ ବରପାଲି ଥାନାରେ ପୋଲିସ କେଶ ନମ୍ବର ୧୪୬/୨୦୨୨ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତ ଯୁବତୀ ଙ୍କ ଅତାବିରା ଥାନା ଅଞ୍ଚଳର ଜଣେ ଶିକ୍ଷକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ଉଭୟ ଅନ୍ୟ ଜାତିର ହୋଇଥିବାରୁ ବିବାହକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇ ପରେ ପ୍ରେମିକାକୁ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି, ଆସନ୍ତା ୧୨ ତାରିଖରେ ପ୍ରେମିକ ଶିକ୍ଷକଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିବା ବରପାଲି ଥାନା ଆଇଆଇସି ରୋଜାଲିନ ପଟେଲ କହିଛନ୍ତି, ତେବେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଯୁବତୀଙ୍କୁ କେମିତି ହତ୍ୟା କରାଯାଇଛି ତାହା ଜଣାପଡିବ, ଖୁବ ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ଓ ଅଭିଯୁକ୍ତ ମାନେ ଗିରଫ ହେବେ ବୋଲି ପୋଲିସ ସୂଚନା ଦେଇଛି ।।