29.1 C
Bhubaneswar
Saturday, April 20, 2024
Homeମନୋରଞ୍ଜନଫେମସ୍ ମାଗାଜିନ୍‌ର କଭର୍ ଗାର୍ଲ ହେଲେ ସାମନ୍ଥା

ଫେମସ୍ ମାଗାଜିନ୍‌ର କଭର୍ ଗାର୍ଲ ହେଲେ ସାମନ୍ଥା

ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ସାମନ୍ଥା, ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବାର ଝଟକାରୁ ବାହାରି ସାରିଛନ୍ତି। ସେ ଏବେ ନିଜ କାମ ଉପରେ ଫୋକସ୍ କରୁଛନ୍ତି। ଫିଲ୍ମ ବ୍ୟତୀତ, ସେ ତାଙ୍କର ଅନେକ ଫଟୋସୁଟ୍ ସହିତ ଫ୍ୟାନ୍ସଙ୍କ ହୃଦୟ ଜିତୁଛନ୍ତି। ପୂର୍ବ ଅପେକ୍ଷା ଅନସ୍କ୍ରିନରେ ତାଙ୍କର ହଟ୍ ଏବଂ ବିନ୍ଦାସ୍ ଅନ୍ଦାଜ୍ ଅଧିକ ଦେଖିବାକୁ ମିଳୁଛି। ଯାହାକୁ ନେଇ ଅଭିନେତ୍ରୀ ଖୋଲାଖୋଲି ଭାବେ କଥା ହୋଇଛନ୍ତି।

ଖବର ଅନୁଯାୟୀ, ସାମନ୍ଥା ଖୁବ୍ ଶୀଘ୍ର ଫେମସ୍ ମାଗାଜିନ୍‌ର ମେ-ଜୁନ୍ ୨୦୨୨ ର କଭର୍ ଗାର୍ଲ ହେବାକୁ ଯାଉଛନ୍ତି। ‘ପିକକ୍ ମାଗାଜିନ’ର କଭର୍ ପେଜ୍ ପାଇଁ ସାମନ୍ଥା ଅନେକ ଫଟୋସୁଟ୍ କରିଛନ୍ତି। ଯାହାର ଝଲକ ତାଙ୍କ ଇନଷ୍ଟାଗ୍ରାମରେ ଦେଖାଯାଇଛି। ଏହି ମାଗାଜିନ୍ ସହିତ ଇଣ୍ଟରଭ୍ୟୁ ସମୟରେ ଅଭିନେତ୍ରୀ ତାଙ୍କ ଜୀବନ ସହ ଜଡିତ ଅନେକ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ ସେ ନିଜ ସ୍କିନ୍‌କୁ ନେଇ ଅସହଜ ଅନୁଭବ କରୁଥିଲେ। ତାଙ୍କ କଭର ସୁଟରୁ ଏକ ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ‘ମୁଁ ଏତେଗୁଡ଼ିଏ ପ୍ରୋଜେକ୍ଟରେ କାମ କରିବା ପରେ, ବର୍ତ୍ତମାନ ମୁଁ କହିପାରିବି ମୋର ଆତ୍ମବିଶ୍ୱାସ ଅଛି ଏବଂ ଏହା ବୟସ ଏବଂ ମାଚ୍ୟୁରିଟି ସହିତ ଆସିଥାଏ’।ଏ ବିଷୟରେ କଥାବାର୍ତ୍ତା କରି ସମନ୍ଥା ଆହୁରି କହିଛନ୍ତି, ‘ମୋ ଚର୍ମ ସହିତ ଆରାମଦାୟକ ହେବାକୁ ମୋତେ କିଛି ସମୟ ଲାଗିଲା। ମୁଁ ଆତ୍ମବିଶ୍ୱାସ ସହିତ ବିଭିନ୍ନ ଭୂମିକା ନିଭାଇଥାଏ, ସେକ୍ସି ଗୀତ ହେଉ କିମ୍ବା ହାର୍ଡକୋର ଆକ୍ସନ୍, ଯାହା ମୁଁ ପୂର୍ବରୁ କରିବାକୁ ସାହସ କରିନଥିଲି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking