କୋଲକତା : ବିସିସିଆଇ ଅଧକ୍ଷ ସୈାରଭ ଗାଙ୍ଗୁଲିଙ୍କ ଘରେ ଅମିତ ଶାହ ଡିନର କରିବା ପଶ୍ଚିମ ବଙ୍ଗରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଟିଏମସିର ନେତା ଏ ନେଇ ସୈାରଭ ଗାଙ୍ଗୁଲି ଙ୍କ ଉପରକୁ ସିଧା ସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଅନ୍ୟପକ୍ଷେ ଏହାକୁ ଏକ ସାଧାରଣ ସାକ୍ଷାତକାର ବୋଲି କହିଛନ୍ତି ସୈାରଭ ଗାଙ୍ଗୁଲି । ଡିନର ର କାର୍ଯ୍ୟକ୍ରମ ପରେ କୋଲକାତା ରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସୈାରଭ ଗାଙ୍ଗୁଲି ମମତା ବାନାର୍ଜୀ ଙ୍କର ଖୁବ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ଟିଏମସି ବିଧାୟକ ମନୋରଂଜନ ବ୍ୟାପାରୀ ଫେସବୁକ ରେ ଡିନର କାର୍ଯ୍ୟକ୍ରମ କୁ ନେଇ ଲେଖିଥିଲେ କି , ପଶ୍ଚିମବଙ୍ଗର ଭାଷା ଓ ସଂସ୍କୃତି ଯାହାଙ୍କୁ ସବୁଠୁ ଅଧିକ ଘୃଣା କରୁଛି ତାଙ୍କୁ ଭୋଜନ ପାଇଁ ନିମନ୍ତ୍ରିତ କରିଥିଲେ ସୈାରଭ ଗାଙ୍ଗୁଲି । ସୈାରଭ ଗାଙ୍ଗୁଲି ଙ୍କୁ ପଶ୍ଚିମବଙ୍ଗ ବାସୀ ଆଇକନ ମାନୁଥିବା ବେଳେ ମତେ ସେମାନଙ୍କ ପ୍ରତି ଦୟା ଆସୁଛି ।ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହ ବିସିସିଆଇ ଅଧକ୍ଷଙ୍କ ବାସଗୃହକୁ ଡିନର ପାଇଁ ଯାଇଥିଲେ । ତେଣୁ ସୈାରଭ ଗାଙ୍ଗୁଲିଙ୍କ ରାଜନୀତି ରେ ଏଣ୍ଟ୍ରି ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଡିନର କାର୍ଯ୍ୟକ୍ରମ ରେ ଅମିତ ଶାହଙ୍କ ବ୍ୟତୀତ ସ୍ୱପନ ଦାସଗୁପ୍ତା, ପାର୍ଟିର ପ୍ରଦେଶ ଅଧକ୍ଷ ସୁକାନ୍ତ ମଜୁମଦାର ଏବଂ ପଶ୍ଚିମବଙ୍ଗ ବିଧାନସଭା ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ରହିଥିଲେ । ଏ ନେଇ ସୈାରଭ ଗାଙ୍ଗୁଲି କହିଛନ୍ତି କି ୨୦୦୮ ମସିହାରୁ ମୁଁ ଆମିତ ଶାହଙ୍କୁ ଜାଣିଛି । ଖେଳିବା ସମୟରେ ମୋର ଅମିତ ଶାହଙ୍କ ସହ ସାକ୍ଷାତ ହୋଇଥିଲା ।ଏହା ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡରେ ମଧ୍ୟ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ସହ କାମ କରିଛି ।