ବଲାଙ୍ଗୀର : ପ୍ରେମ ପାଇଁ ହତ୍ୟା ! ଆଇଟିଆଇ ଛାତ୍ର ଙ୍କୁ ହତ୍ୟା ଅଭିଯୋଗ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ଛାତ୍ର ଙ୍କ ବାପା । ପୋଖରୀରେ ଭାସୁଥିବା ଆବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ସଦର ଥାନା ଅଂଚଳରେ ଘଟିଛି ଘଟଣା । ପୁଲିସ ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପାଇଁ ଭୀମ ଭୋଇ ମେଡିକାଲ ରେ ଶବକୁ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣା ପଡିବ ମୃୃତ୍ୟୁର ପ୍ରକୃତ କାରଣ କଣ । ଗତକାଲି ସାଙ୍ଗ ମାନଙ୍କ ସହିତ ଭୋଜି କରିଥିଲେ । ଏହା ପରେ ଗାଧୋଇବାକୁ ଯାଉଛି କହି ଆଉ ଫେରି ନ ଥିଲେ । ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।