21.1 C
Bhubaneswar
Sunday, December 22, 2024
Homeଓଡିଶାକାଳବୈଶାଖୀର ପ୍ରଭାବ: ବର୍ଷାରେ ଭିଜିଲା ଭୁବନେଶ୍ୱର

କାଳବୈଶାଖୀର ପ୍ରଭାବ: ବର୍ଷାରେ ଭିଜିଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହିତ ବର୍ଷା ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ହୋଇଛି । ଏଥି ସହିତ ଜୋର୍‌ରେ ପବନ ହୋଇଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରେ ସନ୍ଧ୍ୟା ସାଢ଼େ ୭ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଛି । ବିଦ୍ୟୁତ୍ କାଟ୍ ହେବା କାରଣରୁ ଭୁବନେଶ୍ୱରର ଏକାଧିକ ଅଞ୍ଚଳରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ପଡ଼ିଛି ।

ତେବେ ବର୍ଷା ବଡ଼ଧରଣର ହୋଇଥିଲେ ବି ଆଗାମୀ ଦିନେ ଦୁଇ ଦିନ ପାଇଁ ଲୋକଙ୍କୁ ତାପମାତ୍ରାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଭୁବନେଶ୍ୱର ଭଳି ରାଜ୍ୟର ଅନ୍ୟ କିଛି ସ୍ଥାନରେ ବର୍ଷା ହୋଇଥିବାରୁ ସେଠାରେ ମଧ୍ୟ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିବ । ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଛକରେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପରିଚୟ ମିଳିପାରି ନଥିବା ବ୍ୟକ୍ତି ଜଣକ ବର୍ଷା ଛାଡ଼ିବା ପରେ ବଜାରରୁ ଘରକୁ ଫେରୁଥିବା ବାଟରେ ବଜ୍ରପାତର ଶିକାର ହୋଇଥିଲେ । ସେହିପରି ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳରେ ମଧ୍ୟ କାଳବେ?ଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଛି । ମନୁପାଲି ଗାଁରେ ଝଡ଼ବର୍ଷା ଯୋଗୁଁ ବାହାଘର ପାଇଁ ବନ୍ଧା ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଛି । ଟେଣ୍ଟର ଲୁହା ପାଇପ ତଳେ ଚାପି ହୋଇ ଜଣେ ୧୨ ବର୍ଷର ବାଳକ ଗୁରୁତର ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking