ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆହତ ଅର୍ଶାଦ୍ ଖାନ୍ଙ୍କ ସ୍ଥାନରେ ବାମହାତୀ ସ୍ପିନର୍ କୁମାର କାର୍ତ୍ତିକେୟ ସିଂହଙ୍କୁ ଆଇପିଏଲ୍ର ବାକି ମ୍ୟାଚ୍ ପାଇଁ ଟିମ୍ରେ ସାମିଲ କରିଛି । ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ ସେ ଟିମ୍ରେ ସାମିଲ ହୋଇଥିବା ଆଇପିଏଲ୍ର ବିଜ୍ଞପ୍ତିରେ ଗୁରୁବାର ପ୍ରକାଶ ପାଇଛି ।
ଘରୋଇ କ୍ରିକେଟ୍ରେ ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କୁମାର କାର୍ତ୍ତିକେୟ ସିଂହ ଇତିମଧ୍ୟରେ ନଅଟି ପ୍ରଥମ ଶ୍ରେଣୀ, ୧୯ଟି ଲିଷ୍ଟ୍-ଏ ଏବଂ ଆଠଟି ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୩୫, ୧୮, ୯ ୱିକେଟ୍ ନେଇଛନ୍ତି ।
ସେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ସପୋର୍ଟ ଟିମ୍ର ଅଂଶ ଥିଲେ । ଚଳିତ ସିଜନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୮ଟି ପରାଜୟ ସହିତ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଏପ୍ରିଲ୍ ୩୦ ତାରିଖରେ ତା’ର ପରବର୍ତ୍ତୀ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ନଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଭେଟିବ ।