ମୁଜାଫରନଗର: ଜଣେ ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ଉତ୍ତର ପ୍ରଦେଶର ଗୋଟିଏ ଅଦାଲତ ଗୁରୁବାର ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ କ୍ଲିନ୍ଚିଟ୍ ପ୍ରଦାନ କରିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ନୱାଜୁଦ୍ଦିନଙ୍କ ତିନିଭାଇ ମିନାଜୁଦ୍ଦିନ, ଫୟାଜୁଦ୍ଦିିନ ଓ ଆୟାଜୁଦ୍ଦିନଙ୍କ ସମେତ ମାଆ ମେହେରୁନ୍ନିସା ମଧ୍ୟ ସାମିଲ ଅଛନ୍ତି ।
ବିଚାରପତି ମାମଲାର ତଦନ୍ତକୁ ବନ୍ଦ କରିବା ସହ ଅଭିଯୋଗକାରିଣୀକୁ ଅଦାଲତରେ ହାଜର କରାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଲା ଅନୁଯାୟୀ ୨୦୧୨ରେ ମିନାଜୁଦ୍ଦିନ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବାବେଳେ ପରିବାରବର୍ଗ ମିନାଜୁଦ୍ଦିନଙ୍କୁ ସମର୍ଥନ ଜଣାଇଥିଲେ । ମୁମ୍ବାଇର ଭର୍ସୋଭା ଥାନାରେ ପ୍ରଥମେ ଏତଲା ଦାଏର ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ୟୁପିର ମୁଜାଫରନଗର ଜିଲ୍ଲା ଅନ୍ତର୍ଗତ ବୁଧାନା ଥାନାକୁ ସ୍ଥାନାନ୍ତର ହୋଇଥିଲା ।