ତେଲେଙ୍ଗାନା : ତେଲେଙ୍ଗାନାର ମାନଚେରିଆ ଜିଲ୍ଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଖବର ଦିଆଯାଇଥିଲା ଯେ, ଦାଣ୍ଡେପାଲିରେ ଥିବା ବିସି ବାଳକ ଆବାସିକ ବିଦ୍ୟାଳୟ । ଯେଉଁଠାରେ ଦଶମ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବର ଏକ ଭୋଜିର ଆୟୋଜନ ହୋଇଥିଲା । ଏହି ଭୋଜିରେ ଦଶମ ଶ୍ରେଣୀର ଛାତ୍ରମାନେ ବିୟର ପିଉଥିବା ଭିଡିଓ ଭାଇରାଲ ହୋଇଛି ।
ବିକାଶ ଅଧିକାରୀ ଭଗବତୀଙ୍କ କହିବା ଅନୁଯାୟୀ, ଛାତ୍ରମାନେ ହଷ୍ଟେଲ ୱାର୍ଡେନଙ୍କ ଆଗରେ ବିଦାୟ ନେବା ପାଇଁ ଅନୁମତି ମାଗିଥିଲେ । ସେମାନଙ୍କର ଗ୍ରୀଷ୍ମ ଛୁଟି ଆରମ୍ଭ କିନ୍ତୁ ହଷ୍ଟେଲ ରୁମରେ ଛାତ୍ରମାନେ ମଦ୍ୟପାନ କରିଥିଲେ । ଏପ୍ରିଲ୍ ୧୭ ରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା ଏବଂ ହଷ୍ଟେଲରେ ଥିବା ଛାତ୍ରମାନଙ୍କୁ ଗାଁରେ ରହୁଥିବା ସାଙ୍ଗମାନଙ୍କ ଦ୍ୱାରା ମଦ ଯୋଗାଇ ଦିଆଯାଇଥିଲା । ତେବେ କିଛି ଛାତ୍ର ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଖୁବ୍ ଭାଇରାଲ ହେବା ସହ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।