ନୂଆଦିଲ୍ଲୀ : ଟେକ୍ସାସ ସୀମାବର୍ତ୍ତୀ ଉତ୍ତର ମେକ୍ସିକୋ ରାଜ୍ୟରେ ଚଳିତ ବର୍ଷ 26 ଜଣ ମହିଳା ଓ ବାଳିକା ନିଖୋଜ ହୋଇଯାଇଛନ୍ତି ଏବଂ ନିଖୋଜ ଥିବା ଅନ୍ୟ ପାଞ୍ଚଜଣଙ୍କ ମୃତଦେହ ମିଳିଛି ବୋଲି ରାଜ୍ୟପାଳ ମଙ୍ଗଳବାର କହିଛନ୍ତି। ନ୍ୟୁଏଭୋ ଲିଓନ୍ର କର୍ତ୍ତୃପକ୍ଷ ଏବଂ ପରିବାର ନିଖୋଜ ଥିବା ଲୋକଙ୍କୁ ଖୋଜାଖୋଜି କରୁଛନ୍ତି ।
ନ୍ୟୁଏଭୋ ଲିଓନ୍ ଗଭର୍ଣ୍ଣର ସାମୁଏଲ୍ ଗାର୍ସିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିଖୋଜ ଲୋକଙ୍କୁ ଖୋଜୁଥିବା ଅଧିକାରୀ ଏବଂ ପରିବାରବର୍ଗ ଅନୁସନ୍ଧାନ କରୁଛନ୍ତି 1 ଲିଙ୍ଗଗତ ହିଂସାକୁ ମୁକାବିଲା କରିବା ପାଇଁ ସେ ଅର୍ଥ ଯୋଗାଇବେ ଏବଂ ଏ ଦିଗରେ ସମ୍ବଳ ବୃଦ୍ଧି କରିବେ ବୋଲି କହିଛନ୍ତି ।
ଏହି ସମସ୍ୟାର କାରଣ ଜାଣି ସମାଧାନ ପାଇଁ ଆମେ ବହୁତ କଠିନ ପରିଶ୍ରମ କରୁଛୁ 1 ମୁଁ ଏହା ସ୍ପଷ୍ଟ କରି କହିବି ଯେ, ବଳାତ୍କାରୀ, ଏବଂ ଯେଉଁମାନେ ନାରୀ ହତ୍ୟା କାରି , ଏବଂ ଯେଉଁମାନେ ନ୍ୟୁଭୋ ଲିଓନ୍ର ମହିଳାଙ୍କୁ ଆଘାତ କରିଛନ୍ତି , ସେମାନେ ଜାଣନ୍ତି ଯେ ଆମେ ସେମାନଙ୍କୁ ପାଇବୁ ଏବଂ ଆଇନ ଅନୁସାରେ ସେମାନଙ୍କୁ ଦଣ୍ଡ ଦେବୁ। ଗାର୍ସିଆ ଏକ ଫେସବୁକ୍ ପୋଷ୍ଟରେ କହିଛନ୍ତି।
ଲିଙ୍ଗଗତ ହିଂସା ସଙ୍କଟକୁ ଆନୁଷ୍ଠାନିକ ଭାବରେ ମୁକାବିଲା କରିବା ପାଇଁ ଗାର୍ସିଆ ଫେଡେରାଲ୍ ଏଜେନ୍ସିରେ କାର୍ଯ୍ୟ କରୁଥିବା ଜଣେ ଭେଟେରାନ୍ ଓକିଲ ଇଉସେବିୟା ଗୋଞ୍ଜାଲେଜ୍ ଗୋଞ୍ଜାଲେଜଙ୍କ ନିଯୁକ୍ତି ବିଷୟରେ ଘୋଷଣା କରିଛନ୍ତି।
ଏହି କଷ୍ଟଦାୟକ କାର୍ଯ୍ୟ ପୂରଣ କରିବା ପାଇଁ ତାଙ୍କର ସର୍ବୋତ୍ତମ ଉଦ୍ୟମ ଜାରି ରହିଛି ବୋଲି ଗାର୍ସିଆ କହିଛନ୍ତି।