19.1 C
Bhubaneswar
Saturday, January 18, 2025
Homeଓଡିଶାଜଳଛତ୍ରରେ ବିଷ ୩ ଗୁରୁତର

ଜଳଛତ୍ରରେ ବିଷ ୩ ଗୁରୁତର

ମାଲକାନଗିରି: ଜଳଛତ୍ରରୁ ବିଷାକ୍ତ ପାଣି ପିଇ ୩ ଗୁରୁତର। ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଏମ୍‌ଭି ୪୯ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପଡିଆ ଥାନା ଏମଭି ୪୯ ଗ୍ରାମରେ ଖରାଦିନ ଯୋଗୁଁ ଜଳଛତ୍ର ଖୋଲାଯାଇଥିଲା। ହେଲେ କେହି ଦୁର୍ବୃତ୍ତ ଏହି ଜଳଛତ୍ରରେ କୀଟନାଶକ ପକାଇ ଦେଇଛନ୍ତି। ଫଳରେ ଏହି ମାଟି ହାଣ୍ଡିରୁ ପାଣି ପିଇ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କାଲିମେଳାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଜଳଛତ୍ରରେ କିଏ କୀଟନାଶକ ମିଶାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking