25.1 C
Bhubaneswar
Friday, January 17, 2025
Homeଓଡିଶାଗାତାର ଚାରି ଦିନ ରାଜ୍ୟର ସବୁଠୁ ଉତପ୍ତ ସହର ସୁବର୍ଣ୍ଣପୁର ତାତି ବଢିବାର କଣ ହୋଇଥାଇ...

ଗାତାର ଚାରି ଦିନ ରାଜ୍ୟର ସବୁଠୁ ଉତପ୍ତ ସହର ସୁବର୍ଣ୍ଣପୁର ତାତି ବଢିବାର କଣ ହୋଇଥାଇ ପାରେ କାରଣ ?

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ସହର ଏବେ ପାଲଟିଛି ତତଲା ଗଡ । କିଛି ଦିନ ହେଲା ଲଗାତାର ତାତିରେ ନଂ ୧ ହୋଇଛି । ଗତ ସପ୍ତାହରେ ବୁଧବାର ଓ ଗୁରୁବାର ଲଗାତାର ଦୁଇ ଦିନ ପାରା ୪୪.୨ ଡିଗ୍ରୀ ଥିବାବେଳେ ଏବେ ତିନିଦିନ ହେଲା ସର୍ବୋଚ୍ଚ 43.5 ଡିଗ୍ରୀ ରହିଛି । ତେବେ ତତଲା କଡାଇରେ ଭାଜି ହେଉଛନ୍ତି ଜିଲ୍ଲାବାସୀ । ତା ସହ ଅଘୋଷିତ ବିଦ୍ୟୁତ କାଟ ଏବଂ ପାନୀୟ ଜଳର ଉତ୍କଟ ସମସ୍ୟା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରି ପକାଇଛି । ମଣିଷଠୁ ଅ।ରମ୍ଭ କରି ପଶୁ ପକ୍ଷିମାନେ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି । ତେବେ ଶିତରେ ବି ୧ ନମ୍ବର ଏବଂ ତାତିରେ ବି ୧ ନମ୍ବର ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ତେବେ କାହିଁକି ବଢୁଛି ତାପମାତ୍ରା ? କିଭଳି ହେବ ଏହାର ପ୍ରତିକାର ? ତାତି ବଢିବାର କଣ ରହିଛି ପ୍ରମୁଖ କାରଣ ?

ସୁବର୍ଣ୍ଣପୁର ଜିଲ୍ଲାର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କଲେ ଏଠାରେ ଅନେକ ଛୋଟ ବଡ ନଦୀ ରହିଛି । ଚିରସ୍ରୋତା ମହାନଦୀ, ତେଲ ନଦୀ, ଅଙ୍ଗ ନଦୀ ସହ ଛୋଟ ବଡ ଅନେକ ଗୁଡିଏ ନଦୀ ପ୍ରବାହିତ ହେଉଛି । ସହରକୁ ଚତୁଃପାର୍ଶ୍ବରୁ ନଦୀ ଘେରି ରହିଛି । ହେଲେ ବର୍ତ୍ତମାନ ଦେଶର ଉତ୍ତପ୍ତ ସହରଭାବେ ପରିଗଣିତ ହୋଇଛି ସୁବର୍ଣ୍ଣପୁର । କାରଣ ଏବେ ନଦୀ ଶଯ୍ୟା ଗୁଡିକ ପ୍ରାୟ ପୋତି ହୋଇଯାଇଥିବାବେଳେ ଜଳ ଧାରଣ କ୍ଷମତା ମଧ୍ୟ କମିବାରେ ଲାଗିଛି । ତା ସହ ଗାଁଠୁ ସହର ଏବେ କଂକ୍ରିଟ କରଣ ହେବାରେ ଲାଗିଛି । ଯାହା ଫଳରେ ଦିନକୁ ଦିନ ତାତି ବଢୁଛି ବୋଲି ଅ।ଶଙ୍କା କରୁଛନ୍ତି ଜିଲ୍ଲାବାସୀ । କେବଳ ନଦୀ ଓ କଂକ୍ରୀଟ କରଣ ନୁହେଁ । ଜିଲ୍ଲାରେ ଜଙ୍ଗଲ ସ୍ଥିତି ଉଦବେଗଜନକ । ବର୍ତ୍ତମାନ ଜିଲ୍ଲାରେ ମାତ୍ର 18 ପ୍ରତିଶତ ଜଙ୍ଗଲ ଥିବାବେଳେ ଦିର୍ଘ 5 ବର୍ଷ ହେଲା ବର୍ଷକୁ ପ୍ରାୟ 20 କୋଟି ଟଙ୍କା ଖର୍ଚ୍ଚ ହେଉଛି ନୁତନ ଜଙ୍ଗଲ ସୃଷ୍ଟି ପାଇଁ । ଲକ୍ଷ୍ୟ ରଖାଯାଇଛି 33 ପ୍ରତିଶତ ଜଙ୍ଗଲ ସୃଷ୍ଟି କରିବାକୁ । ହେଲେ ଦିନକୁ ଦିନ ଜଙ୍ଗଲ କମୁଛି ପଛେ ବଢୁନି ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜିବୀ । ତା ସହ ଜଙ୍ଗଲରେ ନିଅଁ। ଓ ଚାଷ ଜମିରେ ନିଅଁ। ଯୋଗୁଁ ମଧ୍ୟ ତାପମାତ୍ରା ବୃଦ୍ଧି ହେଉଥିବା ଅନୁମାନ କରାଯାଇଛି । ଅନ୍ୟପକ୍ଷରେ ନଦୀ ସ୍ରୋତରେ ପାଣିକୁ ଅଟକାଇ ପାରିଲେ ତାତି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ପରିବେଶବିତ । ଏଥି ପ୍ରତି ସରକାର ପଦକ୍ଷେବ ନେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking