କୃଷ୍ଣପ୍ରସାଦ: ଘାଟ ବିବାଦ ଯୋଗୁଁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ । ଚିଲିକାର ଜହ୍ନିକୁଦା ଘାଟରେ ଡଙ୍ଗା ଲାଗିବାକୁ ଅନୁମତି ଦିଆଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି । ତେବେ ସାତପଡ଼ାରୁ ଆସିଥିବା ୨୦ରୁ ଅଧିକ ଡଙ୍ଗାକୁ ଘାଟରେ ଲଗାଇ ଦିଆଯାଉନି । ଘାଟରେ ଲାଗିବାକୁ ଅନୁମତି ମିଳୁନଥିବାରୁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ । ସାତପଡ଼ା ଓ ଜହ୍ନିକୁଦା ଘାଟ ବିବାଦ ଅନେକ ଦିନ ଧରି ଲାଗିରହିଛି । ଚଳିତ ବର୍ଷ ଦ୍ୱିତୀୟ ବାଲିଯାତ୍ରାକୁ ନେଇ ବିବାଦ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଲାଗିରହିଥିବା ଘାଟ ବିବାଦ ଆଜି ଖରାବେଳଠୁ ଅଧିକ ତେଜିବାରେ ଲାଗିଥିଲା । ଜହ୍ନିକୁଦାରୁ ସାତପଡ଼ା ଏଠାରେ ଯାତ୍ରୀଙ୍କୁ ନେଇ ଡଙ୍ଗା ଯାତାୟତ ଅଧିକ ଥାଏ । ତେବେ ଜହ୍ନିକୁଦାରୁ ଯେତେବେଳେ ସାତପଡ଼ା ଡଙ୍ଗା ଯାଇଥିଲା, ଯାତ୍ରୀଙ୍କୁ ଖାଲି କରିବା ପରେ କିଛି ଯାତ୍ରୀଙ୍କୁ ଆଣିବା ବେଳେ ଏହାକୁ ସାତପଡ଼ାର ଡଙ୍ଗା ଚାଳକ ବିରୋଧ କରିଥିଲେ । ତେବେ ସେହି ପରିସ୍ଥିତି ଜହ୍ନିକୁଦାରେ ଦେଖାଦେଇଥିଲା । ଏହି ବିବାଦ ଉଗ୍ର ରୂପ ନେଇଥିଲା । ଉଭୟ ଘାଟରେ ଲାଗିବାକୁ ଅନୁମତି ନଦେବାରୁ ଯାତ୍ରୀମାନେ ପାଣି ଭିତରେ ଫସିରହିଛନ୍ତି ।