25.1 C
Bhubaneswar
Thursday, January 16, 2025
Homeଓଡିଶାରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ଡାକିଲେନି: ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ଡାକିଲେନି: ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର: ରାଜଧାନୀରେ ଆଜି ୭୪ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି । ଉତ୍ସବରେ ସମସ୍ତ ପ୍ରଶାସନିକ ଉଚ୍ଚ ଅଧିକାରୀ ବିଧାୟକମାନେ ଯୋଗ ଦେଇଥିବା ବେଳେ ଉତ୍ସବକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଏଥିରେ ଶ୍ରୀମତି ଷଡ଼ଙ୍ଗୀ ନିରୁତ୍ସାହିତ ହେବା ସହ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହା ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ ବୋଲି ସେ ଦର୍ଶାଇଛନ୍ତି । ରାଜଧାନୀର ଜନ ପ୍ରତିନିଧିଭାବେ ଆମନ୍ତ୍ରଣ ପାଇବା ମୋର ପ୍ରଥମ ଅଧିକାର ଥିବା ବେଳେ ମୋତେ ଏଥିରୁ ବାଦ୍ ଦିଆଯାଇଥିବାରୁ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅପରାଜିତା ଚିଠିରେ ଦର୍ଶାଇଛନ୍ତି । ଘଟଣାର ତଦନ୍ତ କରି ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ସେ ଅନୁରୋଧ କରିଛନ୍ତି ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ସାଂସଦଙ୍କୁ ଡାକିବା ଉଚିତ୍ । ହେଲେ କାହିଁକି ଏବଂ କେଉଁ କାରଣ ପାଇଁ ଡକାଯାଇନାହିଁ ତାହା ମୁଁ ଜାଣିନାହିଁ । ପ୍ରତିଷ୍ଠା ଦିବସର କାର୍ଯ୍ୟଭାର ସମ୍ଭାଳିଥିବା କର୍ତ୍ତୃପକ୍ଷଙ୍କ ଏହି ଦାୟିତ୍ୱ ବୋଲି ସେ କହିଛନ୍ତି । ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ, ତାଙ୍କ ସହ ଯୋଗାଯୋଗ ହୋଇଛି କି ନାହିଁ ତାହା ମୁଁ କହିପାରିବିନି କିନ୍ତୁ ଭୁବନେଶ୍ୱର ବିକାଶରେ ସାଂସଦଙ୍କର ଭୂମିକା ମହତ୍ୱପୂର୍ଣ୍ଣ ଥିବାବେଳେ ତାଙ୍କୁ ଡାକିବା ନିହାତି ଜରୁରୀ ଥିଲା । ତେବେ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେଉଁମାନଙ୍କୁ ନିମନ୍ତ୍ରଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ହେଲେ ଶ୍ରୀମତି ଷଡ଼ଙ୍ଗୀଙ୍କ ନାଁ ସେହି ତାଲିକାରେ ଥିଲା କି ନାହିଁ ସେ ଜାଣିନାହାନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking