ଭୁବନେଶ୍ୱର: ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମ ସ୍କୁଲରେ ଗୋଟିଏ ସମୟରେ ପାଠ ପଢ଼ା ଆରମ୍ଭ ହୋଇପାରି ନାହିଁ, ଶିକ୍ଷାବର୍ଷ ଆରମ୍ଭକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବେସରକାରୀ ସ୍କୁଲ ବହୁ ପୂର୍ବରୁ ପ୍ରାୟ ଡିସେମ୍ବର ଓ ଫ୍ରେବୁଆରି ମାସରୁ ନାମଲେଖା ଆରମ୍ଭ କରି ନୂଆ ବର୍ଷ ପାଠ ପଢା ଆରମ୍ଭ କରିଦେଲେଣି । ମାତ୍ର ଓଡ଼ିଆ ମାଧ୍ୟମ ସରକାରୀ ସ୍ୱୁଲରେ ନୂଆ ଶିକ୍ଷା ବର୍ଷ ପାଇଁ ତାରିଖ ଘୋଷଣା ହୋଇପାରି ନାହିଁ । ଏହାର ସୁଯୋଗ ନେଇ ବେସରକାରୀ ସ୍କୁଲ ମାଲିକ ସରକାରୀ ସ୍କୁଲ ପିଲାମାନଙ୍କୁ ତାଙ୍କ ପାଖରେ ଆଡ଼ମିସନ ପାଇଁ ପ୍ରବାର୍ତ୍ତାଇବା ଭଳି ପରିବେଶ ସୃଷ୍ଟି କରିଛନ୍ତି । ସିବିଏସ୍ଇ ବିଦ୍ୟାଳୟ ଗୁଡିକରେ ଏପ୍ରିଲ ୪ ତାରିଖରୁ ନୂଆ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହୋଇସାରିଛି । ହେଲେ ସରକାରୀ ସ୍କୁଲରେ କେବେ ବୋଲି ରାଜ୍ୟ ଅଭିଭାବକ ସଙ୍ଘ ପ୍ରଶ୍ନ କରିଛି ।
ଗତ୨ବର୍ଷ ହେବ ରାଜ୍ୟରେ କରୋନା ଲାଗି ସ୍କୁଲ ବନ୍ଦ ରହିଥିଲା । ଚଳିତବର୍ଷ ପୁଣି ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି । ତେବେ ଶିକ୍ଷାବର୍ଷକୁ ନେଇ ଚର୍ଚ୍ଚା ହେଉଛି । ରାଜ୍ୟରେ ଇରାଜୀ ମାଧ୍ୟମ ସ୍କୁଲ ଶିକ୍ଷାବର୍ଷ ଘୋଷଣା କରି ପାଠପଢ଼ା ଆରମ୍ଭ କରିଥିବା ବେଳେ ସରକାରୀ ସ୍କୁଲରେ ପୁରୁଣା କୋର୍ସ ଚାଲିଛି । ତେଣୁ ସରକାର ଏକ ନିର୍ଦ୍ଧିଷ୍ଟ ତାରିଖରେ ସବୁ ସ୍କୁଲରେ ଶିକ୍ଷା ବର୍ଷ ଆରମ୍ଭ ସହ ଏକକ ନାମ ଲେଖା ସହ ପାଠ ପଢା ଘୋଷଣା କରିବାକୁ ଓଡ଼ିଶା ଅଭିଭାବକ ମହାସଂଘା ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାବି କରିଛନ୍ତି । ଯଦି ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ନହୁଏ ତେବେ ଆଗକୁ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।
ଶ୍ରୀ ଭଟ୍ଟ କହିଛନ୍ତି ଯେ, ଭାରତ ବର୍ଷରେ ପ୍ରାୟ ସବୁଠି ଏପ୍ରିଲ ପହିଲାରେ ଶିକ୍ଷା ବର୍ଷ ଆରମ୍ଭ ହୋଇ ଅଳ୍ପ କିଛି ଦିନ କ୍ଲାସ୍ ହେଲା ପାରେ ଗ୍ରୀଷ୍ମ ଛୁଟି ହୋଇ ପୁଣି ଜୁନ ଜୁଲାଇରେ ସ୍କୁଲ ଖୋଲି ପାଠ ପଢ଼ା ଆରମ୍ଭ ହୁଏ । ଓଡିଶା ରେ ମଧ୍ୟ ସରକାରୀ ସ୍କୁଲରେ ସେହି ବ୍ୟବସ୍ଥା ରହିଛି । ହେଲେ ବେସରକାରୀ ସ୍କୁଲ ପାଇଁ କିଛି ନିୟମ ଜାଣି ଶୁଣି ତାଙ୍କୁ ସୁହାଇଲା ଭଳି କରାଯାଇଛି । ତେଣୁ ରାଜ୍ୟରେ ସବୁ ଇଂରାଜୀ, ଓଡ଼ିଆ, ସିବିଏସଇ, ଆଇସିଏସ ଇ, ଓଡ଼ିଆ ବୋର୍ଡ ସମସ୍ତ ସ୍କୁଲରେ ଏକକ ସମୟରେ ନାମଲେଖା ସହ ପାଠ ପଢ଼ା ଆରମ୍ଭ କରିବା ଦିଗରେ ସରକାରୀ ପଦକ୍ଷେପ ନେବା ଉଚିତ୍ ବୋଲି ସେ କହିଛନ୍ତି । ଏପରିକି ରାଜ୍ୟରେ ବିଭିନ୍ନ ସ୍କୁଲ ଲାଗି ଭିନ୍ନ ଶିକ୍ଷାବର୍ଷ ରହିଛି ବୋଲି ସେ ଅଭିଯୋଗ କହିଛନ୍ତି । ତେଣୁ ଯଦି ସରକାର ଏକ ନିର୍ଦ୍ଧିଷ୍ଟ ତାରିଖ ରେ ସବୁ ସ୍କୁଲ ରେ ଶିକ୍ଷା ବର୍ଷ ଆରମ୍ଭ ସହ ଏକକ ନାମ ଲେଖା ସହ ପାଠ ପଢା ଘୋଷଣା ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।