25.1 C
Bhubaneswar
Friday, January 17, 2025
Homeଦେଶ ବିଦେଶନୱାଜ ସରିଫ୍‌ଙ୍କ ବାସଭବନ ଆଗରେ ବିକ୍ଷୋଭ

ନୱାଜ ସରିଫ୍‌ଙ୍କ ବାସଭବନ ଆଗରେ ବିକ୍ଷୋଭ

ଲଣ୍ଡନ: ପ୍ରଧାନମନ୍ତ୍ରୀ ପଦରୁ କ୍ଷମତାଚ୍ୟୁତ ହେବାପରେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ସମର୍ଥକମାନେ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ଲଣ୍ଡନସ୍ଥିତ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ପିଟିଆଇ ସମର୍ଥକମାନେ ପାକ୍ ଜାତୀୟ ପତାକା ଓ ବିଭିନ୍ନ ପ୍ଲାକାର୍ଡ ଧରି ନୱାଜଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଅପରପକ୍ଷରେ ପିଏମଏଲ(ଏନ୍‌) ଦଳର ସମର୍ଥକମାନେ ସେଠାରେ ପହଞ୍ଚି ଏହାକୁ ପ୍ରତିବାଦ କରିବାରୁ ଉଭୟପକ୍ଷ ମଧ୍ୟରେ ଧସ୍ତାଧସ୍ତି ଘଟିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ସାନଭାଇ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାପରେ ବ୍ରିଟେନରେ ସ୍ୱେଚ୍ଛାକୃତ ନିର୍ବାଚନ ଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଖୁବଶୀଘ୍ର ପାକିସ୍ତାନ ଫେରିବେ ବୋଲି ତାଙ୍କ ଦଳ ପିଏମଏଲ(ଏନ୍‌) ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ରମଜାନ ଚାଲିଥିବାରୁ ଏହା ଶେଷହେବାପରେ ନୱାଜ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପିଏମଏଲ(ଏନ୍‌) ନେତା ମିଲନ ଜାଭେଦ ଲତିଫ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପାନାମା ପେପର୍ସ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନୱାଜ ୨୦୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିଲେ । ଚିକିତ୍ସା ପାଇଁ ଲାହୋର ହାଇକୋର୍ଟ ୨୦୧୯ରେ ତାଙ୍କୁ ଚାରି ସପ୍ତାହ ନିମନ୍ତେ ବିଦେଶ ଯାତ୍ରା ଅନୁମତି ଦେଇଥିଲେ । ଏପରିକି ଏକ ଦୁର୍ନୀତି ମାମଲାରେ ୭ ବର୍ଷ ଜେଲଦଣ୍ଡ ଭୋଗୁଥିବା ନୱାଜଙ୍କୁ ହାଇକୋର୍ଟ ସେତେବେଳେ ବିଦେଶ ଯାତ୍ରା ପାଇଁ ଜାମିନ ମଧ୍ୟ ପ୍ରଦାନ କରିଥିଲେ । ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ନୱାଜ୍ ସେହିଦିନଠାରୁ ଲଣ୍ଡନରେ ଅବସ୍ଥାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking