16.1 C
Bhubaneswar
Friday, January 17, 2025
Homeଦେଶ ବିଦେଶକୋଭିଡ୍ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ : ଆବେଦନ ସମୟ ଧାର୍ଯ୍ୟକଲେ ସୁପ୍ରିମକୋର୍ଟ

କୋଭିଡ୍ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ : ଆବେଦନ ସମୟ ଧାର୍ଯ୍ୟକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଇତିମଧ୍ୟରେ ସମୟ ନିର୍ଘଣ୍ଟ (ଟାଇମ୍ ଲାଇନ) ଧାର୍ଯ୍ୟ କରିଛନ୍ତି ବୋଲି ସୋମବାର କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ସମୟ ନିର୍ଘଣ୍ଟକୁ ଚୂଡାନ୍ତ କରାଯାଇଛି । ମାର୍ଚ୍ଚ ୨୦ ପୂର୍ବରୁ ଯେଉଁମାନେ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାର ଲୋକେ ୬୦ ଦିନ ମଧ୍ୟରେ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ । ମାର୍ଚ୍ଚ ୨୦ ପରେ କୋଭିଡ୍ ମୃତକଙ୍କ ପରିବାର ପାଇଁ ଏହି ସମୟସୀମା ୯୦ ଦିନ ଧାର୍ଯ୍ୟ କରାଯାଇଛି ।

ତେବେ ଏହାପୂର୍ବରୁ କ୍ଷତିପୂରଣ ଆବେଦନ ନିମନ୍ତେ ଯେଉଁ ୩୦ ଦିନିଆ ସମୟସୀମା ଧାର୍ଯ୍ୟ କରାଯାଇଥିଲା, ତାହା ବଳବତ୍ତର ରହିବ ବୋଲି ଜଣାପଡିଛି । ଯେଉଁମାନେ ଅନିବାର୍ଯ୍ୟ କାରଣବଶତଃ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିନପାରିବେ, ସେମାନେ ପରବର୍ତ୍ତୀ ସମୟରେ ଗ୍ରିଭାନ୍ସ ରିଡ୍ରେସାଲ କମିିଟିର ଦ୍ୱାରସ୍ଥ ହୋଇପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସଂପୃକ୍ତ ଆବେଦନକାରୀଙ୍କ ସମସ୍ୟାକୁ ଯୁକ୍ତିସଙ୍ଗତ ବିବେଚନା କରିବାପରେ ହିଁ କମିଟି କ୍ଷତିପୂରଣ ପାଇଁ ସୁପାରିସ କରିପାରିବେ ବୋଲି କୁହାଯାଇଛି । ତେବେ ଏହି ପ୍ରସଙ୍ଗରେ ନକଲି ଆବେଦନକାରୀଙ୍କୁ ଚିହ୍ନଟ କରିବାକୁ ପ୍ରଥମେ ୫ ପ୍ରତିଶତ ଆବେଦନପତ୍ରକୁ ର‌୍ୟାଣ୍ଡମଭାବେ ଯାଞ୍ଚ୍ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏହି ପ୍ରକ୍ରିୟାରେ କୌଣସି ବ୍ୟକ୍ତି ମିଥ୍ୟା ଦାବି ଉପସ୍ଥାପନ କରୁଥିବାର ପ୍ରମାଣ ମିଳେ, ତେବେ ଉକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଜଣାପଡିଛି । ଏପ୍ରିଲ ୧୧ ସୁଦ୍ଧା ଦେଶରେ କୋଭିଡ୍ ମୃତକଙ୍କ ସଂଖ୍ୟା ୫,୨୧,୬୯୧ରେ ପହଞ୍ଚିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking