ଭୁବନେଶ୍ୱର: କୋଭିଡ୍ ମହାମାରୀ ପାଇଁ ରାଜ୍ୟ ସଚିବାଳୟ ପରିସରରେ ଥିବା ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନ ଅଭ୍ୟର୍ଥନା କକ୍ଷ ବନ୍ଦ ଥିଲା । ଏବେ ରାଜ୍ୟ ସରକାର କୋଭିଡ୍ କଟକଣା ହ୍ରାସ କରିଥିବାରୁ ଏହି ତିନି ଭବନର ଅଭ୍ୟର୍ଥନା କେନ୍ଦ୍ର ଆସନ୍ତା ୧୮ରୁ ସାଧାରଣ ଜନତା ଏବଂ ଅଧିସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କ ପାଇଁ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି । ସଚିବାଳୟକୁ ପ୍ରବେଶ ଅନୁମତି ପାଇଁ ପାସ୍ର ଆବଶ୍ୟକତା ଥିବା ବେଳେ ସାଧାରଣ ଲୋକେ ଇପ୍ରବେଶ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ ସାଇଟ୍ରେ ବର୍ତ୍ତମାନ ଆବେଦନ କରିପାରିବେ । ଏହାସହ ଇ-ପ୍ରବେଶ ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଆବେଦନ କରିପାରିବେ । ଏହି ଘୋଷଣା ପତ୍ର ଏକ ନକଲ ଲୋକସେବା ଭବନର ମୁଖ୍ୟ ଅଭ୍ୟର୍ଥନା କେନ୍ଦ୍ରକୁ ମଧ୍ୟ ପ୍ରେରଣ କରାଯାଇଛି ।