16.1 C
Bhubaneswar
Friday, January 17, 2025
Homeଅପରାଧସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ସ୍କୁଲରେ ଉଠବସ୍ କରାଯିବାରୁ ୭ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାଟଣାଗଡ଼: ଶୁନାମୁଦି ହାଇସ୍କୁଲରେ ଛାତ୍ରୀଙ୍କୁ ଭୂଗୋଳ ଶିକ୍ଷକ କାନ ଧରି ଉଟ ବସ କରି 7 ଜଣ ଛାତ୍ରୀ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲ ରେ ପ୍ରାର୍ଥନା ସମୟରେ ଆଜି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ଛାତ୍ରୀ ମାନଙ୍କ କହିବା ଅନୁସାରେ, ଆଜି ସକାଳ ୭ ଟା ସମୟରେ ସୁନାମୁଦି ବାପୁଜି ବାଳିକା ହାଇସ୍କୁଲରେ ପ୍ରତି ଦନ ଭଲି ପ୍ରାର୍ଥନା ହେଉଥିଲା। କିନ୍ତୁ କିଛି ଛାତ୍ରୀ ପ୍ରାର୍ଥନା ସମୟରେ ବିଳମ୍ବ କରିଥିବାରୁ ଭୂଗୋଲ ଶିକ୍ଷକ ବିକାଶ ଧରୁଆ ଛାତ୍ରି ମାନଙ୍କୁ ରାଗି ଯାଇ ୧ ଶହ ଥର କାନ ଧରି ଉଠବସ ହେବା ପାଇଁ କହିଥିଲେ। ପ୍ରାର୍ଥନା ସମୟରେ ୬୦ ଜଣ ଛାତ୍ରୀ ଉପସ୍ଥିତ ଥିବା ବେଳେ ୭ ଜଣ ଛାତ୍ରୀ ବେହୋଶ ହୋଇ ତଲେ ପଡି ଯାଇଥିଲେ। ପରେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନା ଅଣାଯାଇ ଚିକିତ୍ସିତ କର୩ଯାଇଥିବା ବେଳେ ୬ ଜଣ ସ୍ବାସ୍ଥ୍ଯ ଅବସ୍ଥା ଠିକ ଥିବା ବେଳେ ଜଣେ ଛାତ୍ରୀଙ୍କ ସ୍ବାସ୍ଥ୍ଯ ଅବସ୍ଥା ଗୁରୁତ୍ବ ଥିବା ଡାକ୍ତର ଖାନା କତ୍ତୃପକ୍ଷ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking