20.1 C
Bhubaneswar
Thursday, January 16, 2025
Homeଦଶମ ପରୀକ୍ଷା-୨୦୨୨ଏଥର ଦଶମ ପରୀକ୍ଷା ଦେଇପାରନ୍ତି ୬.୫ଲକ୍ଷ ଛାତ୍ରଛାତ୍ରୀ

ଏଥର ଦଶମ ପରୀକ୍ଷା ଦେଇପାରନ୍ତି ୬.୫ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏପ୍ରିଲ୍ ୨୯ରୁ ଆରମ୍ଭ ହେବାକୁ ଯାଉଛି ଦଶମ ବୋର୍ଡ ପରୀକ୍ଷା । ୨୯ରୁ ମେ ୬ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିବା ବେଳେ ଏଥିପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍କୁଲ୍ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ନାନା ଉପଯୋଗୀ ତଥ୍ୟମାନ ପ୍ରଦାନ କରାଯାଇଛି । ତେବେ ଗୋଟିଏ ପଟେ ଚଳିତ ଥର ରାଜ୍ୟରେ ଅଫ୍‌ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଅପରପକ୍ଷେ ଗତଥର ଅନ୍‌ଲାଇନ୍ ପରୀକ୍ଷାରେ ୯୯ ପ୍ରତିଶତ ଫଳାଫଳ ହୋଇଥିବାରୁ ଚଳିତ ଥର ଲକ୍ଷାଧିକ ପିଲା ମାଟ୍ରିକ୍ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଭିଡିଓ ମେସେଜ୍ ମାଧ୍ୟମରେ ଜଣାଇଛନ୍ତି ଯେ, ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ହାଜର ହେବା ବାଧ୍ୟତାମୂଳକ । ଚଳିତ ବାର୍ଷିକ ପରୀକ୍ଷାରେ ପ୍ରାୟ ୬.୫ ଲକ୍ଷ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ତେବେ ଆସେସ୍‌ମେଣ୍ଟ-୨ ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲ୍‌ରେ ଦେବାକୁ ନିର୍ଦ୍ଦେଶନାମା ହୋଇଥିବା ବେଳେ ଏଥିରେ ଅନ୍ୟ ବିଦ୍ୟାଳୟର ଶିକ୍ଷକମାନେ ନିୟୋଜିତ ହେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ତେବେ ଅଫଲାଇନ୍ ମୋଡରେ ପରୀକ୍ଷା ନିଷ୍ପତ୍ତି ପୂର୍ବରୁ ଛାତ୍ର ଓ ଅଭିଭାବକଙ୍କ ସମେତ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା ପରେ ସମସ୍ତ ସ୍କୁଲ୍‌କୁ ଚିଠି କରାଯାଇଥିଲା ବୋଲି ସେ କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ବିକଳ୍ପ ମୂଲ୍ୟାଙ୍କନ ବ୍ୟବସ୍ଥା କରି ପିଲାମାନଙ୍କର ମାନସିକ ଚାପକୁ କମାଇବା ପାଇଁ ଉଦ୍ୟମ ଜାରି ରହିଛି । ଯଦିଓ, ଯଦି ନିଜ ବିଦ୍ୟାଳୟରେ ପରୀକ୍ଷାର ଆଚରଣ ସମ୍ଭବ ନୁହେଁ, ତେବେ ନିକଟସ୍ଥ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ହାଜର ହେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking