25.1 C
Bhubaneswar
Thursday, January 16, 2025
Homeଓଡିଶାବସୁଧା ଯୋଜନା ବାଟବଣା, ବୃହତ୍ତ ପ୍ରକଳ୍ପ ଅଧପନ୍ତରିଆ

ବସୁଧା ଯୋଜନା ବାଟବଣା, ବୃହତ୍ତ ପ୍ରକଳ୍ପ ଅଧପନ୍ତରିଆ

ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ହୋଇଛି ଅନେକ ଯୋଜନା। ଦୁର୍ନୀତି ପାଇଁ ବସୁଧା ଯୋଜନାରୁ ଲୋକେ ପାଣି ପାଉନଥିବା ବେଳେ ଅଧିକାଂଶ ବୃହତ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ଶେଷ ପରେ ବି ଅଧା ଅଧୁରା। ଜିଲ୍ଲାର ୫ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ୭୫୦କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏଯାଏଁ ଗୋଟିଏ ବି ପ୍ରକଳ୍ପ କାର‌୍ୟ୍ୟକ୍ଷମ ହୋଇପାରିନି। ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀର ଶାଖାନଦୀ ଗୁଡ଼ିକ ଯାଜପୁର ଜିଲ୍ଲାକୁ ଜାଲ ଭଳି ବିଛାଇ ହୋଇ ରହିଥିଲେ ମଧ୍ୟ ଲୋକେ ପାନୀୟ ଜଳ ପାଇଁ ଖରାଦିନେ କଲବଲ ହେଉଛନ୍ତି।
ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ୩୭ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨୯ କୋଟି ୩୪ ଲକ୍ଷ ଆକଳନ କରଯାଇ ଟେଣ୍ଡର ଡକାଯାଇଥିଲା । ଠିକାସଂସ୍ଥା ଅଢେଇ ଗୁଣି ଅଧିକ ମୂଲ୍ୟ ୭୯ କୋଟି ୫୬ ଲକ୍ଷ ଟଙ୍କାରେ ଚୁକ୍ତି କରିଛି । ୨୦୨୧ ସେପ୍ଟେମ୍ବର ୩୦ରେ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଚୁକ୍ତି କରିଥିବା ବେଳେ ଆଜି ପର‌୍ୟ୍ୟନ୍ତ ଶେଷ ହୋଇନାହିଁ । ସେହିପରି ଏହି ବ୍ଲକରେ ଅନ୍ୟ ୧୯ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଆଉ ଗୋଟିଏ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୨୯ କୋଟି ୯୨ ଲକ୍ଷ ଟଙ୍କା ଆକଳନ କରଯାଇ ଟେଣ୍ଡର ଡକାଯାଇଥିଲା । ୪୬ କୋଟି ୧୯ ଲକ୍ଷ ଟଙ୍କାରେ ୨୦୨୧ ନଭେମ୍ବର୧୨ ମଧ୍ୟରେ ନିର୍ମାଣ କାର‌୍ୟ୍ୟ ସଂପୂର୍ଣ୍ଣ କରିବାକୁ ଚୁକ୍ତି ହୋଇଥିଲା। ମାତ୍ର ନିର୍ମାଣ କାର‌୍ୟ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ ।
ସରକାରୀ ତଥ୍ୟ ମୁତାବକ ଆହୁରି ମଧ୍ୟ ଏହି ବ୍ଲକ୍ରେ ୫୨ଟି ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ୯୨ କୋଟି ୮୫ ଲକ୍ଷ ଟଙ୍କା ଟେଣ୍ଡର ଡକାଯାଇଥିଲା। ଠିକାସଂସ୍ଥା ସହ ୧୦୭ କୋଟି ଟଙ୍କାରେ ଚୁକ୍ତି ହୋଇଥିଲା। ୨୦୨୧ ନଭେମ୍ବରରେ ନିର୍ମାଣ କାର‌୍ୟ୍ୟ ସଂପୂର୍ଣ୍ଣ କରିବାକୁ ସମୟ ଧାର‌୍ୟ୍ୟ ହୋଇଥିଲା। ଅଥଚ ଆଜି ପର‌୍ୟ୍ୟନ୍ତ କାର‌୍ୟ୍ୟ ଶେଷ ହୋଇନାହିଁ । ଦଶରଥପୁର ବ୍ଲକରେ ୧୫୨ଟି ଗାଁକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ୧୬୫ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ୧୮୧ କୋଟି ୭୮ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଛି। ୨୦୨୧ ଡିସେମ୍ବର୧୬ରେ ନିର୍ମାଣ କାର‌୍ୟ୍ୟ ଶେଷ କରିବାକୁ ସମୟ ସୀମା ରହିଥିବା ବେଳେ ଆଜି ପର‌୍ୟ୍ୟନ୍ତ ଶେଷ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking