ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧୪ଟି ରାଜ୍ୟକୁ ୭୧୮୩.୪୨ କୋଟିର ରେଭିନ୍ୟୁ ଡେଫିସିଟ୍ ଗ୍ରାଣ୍ଟ ପ୍ରଦାନ କରାଯାଇଛି । ୧୫ ତମ ଅର୍ଥ କମିଶନଙ୍କ ରିପୋର୍ଟ ଆଧାରରେ ଏହି ଅର୍ଥ ରାଶି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସମୁଦାୟ ୮୬ ହଜାର ୨୦୧ କୋଟି ଟଙ୍କାର ଗ୍ରାଣ୍ଟ ଏହି ୧୪ ରାଜ୍ୟକୁ ପ୍ରଦାନ କରିବା ପାଇଁ ଅର୍ଥ କମିଶନ ନିଷ୍ପତ୍ତି ନେଇଥିଲେ । ୧୨ଟି ଇନଷ୍ଟଲମେଣ୍ଟରେ ଏହି ଅର୍ଥ ୧୪ରାଜ୍ୟକୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ଶୁକ୍ରବାର ଦିନ ପ୍ରଥମ ଇନଷ୍ଟଲମେଣ୍ଟର ଅର୍ଥରାଶି ପ୍ରଦାନ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ଅର୍ଥନୈତିକ ତାରତମ୍ୟକୁ ଦୂର କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।