25.1 C
Bhubaneswar
Monday, October 21, 2024
Homeଖେଳଥାଇଲାଣ୍ଡ୍ ଓପନ୍: ସେମିରେ ମୋନିକା

ଥାଇଲାଣ୍ଡ୍ ଓପନ୍: ସେମିରେ ମୋନିକା

ନୂଆଦିଲ୍ଲୀ : ଚଳିତ ଥାଇଲାଣ୍ଡ୍ ଓପନ୍ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ବକ୍ସର୍ ମୋନିକା । ସେ ୪୮ କିଗ୍ରା ବର୍ଗରେ ସୋମବାର ଦୁଇ ଥରର ବିଶ୍ୱ ଚାମ୍ପିଅନ୍ ଫିଲିପାଇନ୍ସର ଜୋସି ଗାବୁକୋଙ୍କୁ ପରାସ୍ତ କରି ଏହି ପର୍ଯ୍ୟାୟରେ ପହଞ୍ଚିବା ସହ ପ୍ରତିଯୋଗିତାରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଏହାଛଡ଼ା ଆଉ ଦୁଇ ଭାରତୀୟ ପ୍ରତିଯୋଗୀ ମଧ୍ୟ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସେମାନେ ହେଲେ ଆଶିଷ କୁମାର ଓ ମନୀଷା । ଗୋଟିଏ ପଟେ ଆଶିଷ କୁମାର ୮୧ କିଗ୍ରା ବର୍ଗରେ ଲଢ଼େଇ କରୁଥିବା ବେଳେ ମନୀଷା ୫୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୬ ବର୍ଷୀୟା ରୋହତକ୍ ନିବାସୀ ମୋନିକା ତାଙ୍କ ସେମିଫାଇନାଲ୍ ମୁକାବିଲାରେ ଭିଏତନାମର ତ୍ରନ୍ ଥି ଡିଏମ୍ କିଉଙ୍କୁ ଭେଟିବେ । ସେହିପରି ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଆଶିଷ ସ୍ଥାନୀୟ ବକ୍ସର୍ ଆଫିସିତ୍ ଖାଙ୍କୋଖରୁଏଙ୍କୁ କ୍ୱାର୍ଟର୍ ଫାଇନାଲ୍‌ରେ ୫-୦ରେ ପରାସ୍ତ କରିଛନ୍ତି । ସେ ସେମି ଫାଇନାଲ୍‌ରେ ଇଣ୍ଡୋନେସିଆର ମାଇଖେଲ୍ ରୋବର୍ଟ ମୁସ୍କିଟାଙ୍କୁ ଭେଟିବେ । ଅନ୍ୟପକ୍ଷରେ ନିକଟରେ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ସହ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ମନୀଷାଙ୍କ ପାଇଁ ଦିନଟି ବେଶ୍ ଶୁଭଙ୍କର ଥିଲା । କାରଣ ସେ ଦୁଇ ଥରର ୟୁଥ୍ ଏସିଆନ୍ ଚାମ୍ପିଅନ୍ ଥାଇଲାଣ୍ଡ୍‌ର ପର୍ନତିପ୍ ବୁଆପାଙ୍କୁ ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ୩-୨ରେ ପରାସ୍ତ କରିଛନ୍ତି । କିନ୍ତୁ ଅନ୍ୟ ଦୁଇ ଭାରତୀୟ ପ୍ରତିଯୋଗୀ ରେଣୁ ଓ ମୋନିକାଙ୍କୁ କ୍ୱାର୍ଟର୍ ଫାଇନାଲ୍‌ରେ ପରାସ୍ତ ହୋଇଛନ୍ତି । ରେଣୁ ୫୪ କିଗ୍ରା ଓ ମୋନିକା ୬୩ କିଗ୍ରାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ରେଣୁ ୟୁରୋପିଆନ୍ ଅଣ୍ଡର୍‌-୨୨ ଚାମ୍ପିଅନ୍ ସିରିନ୍ ଚାରାବିଙ୍କଠାରୁ ୨-୩ରେ ପରାସ୍ତ ହୋଇଥିବା ବେଳେ ସ୍ଥାନୀୟ ବକ୍ସର୍ ତଥା ୟୁଥ୍ ଅଲିମ୍ପିକ୍ ଚାମ୍ପିଅନ୍ ପାନ୍‌ପାଚାରା ସୋମନୁଏକ୍‌ଙ୍କଠାରୁ ଆର୍‌ଏସସିରେ ପରାଜୟ ବରଣ କରିଛନ୍ତି । ପ୍ରତିଯୋଗିତାର ତୃତୀୟ ଦିନରେ ମଙ୍ଗଳବାର ଭାରତର ସୁମିତ୍ ଓ ଗୌରବ ଚୌହାନ୍ ସେମାନଙ୍କ କଜାଖ୍‌ସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିବେ । ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୭୪ ଜଣ ପୁରୁଷ ଓ ୫୬ ଜଣ ମହିଳା ଏହିପରି ସର୍ବମୋଟ ୧୩୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking