ନୂଆଦିଲ୍ଲୀ : ଇଲେକ୍ଟୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ(ECIL) ରେ ଇଲେକ୍ଟ୍ରୋନିକ୍ସ ମେକାନିକ୍, ଇଲେକ୍ଟ୍ରିସିଆନ ଏବଂ ଫିଟର ପାଇଁ ଜୁନିୟର ଟେକନିସିଆନ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ସବୁ ପଦରେ ଆବେଦନ କରିବାକୁ ଚାହୁଥିବା ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଇସିଆଇଏଲର ଅଫିସିଆଲ ୱେବସାଇଟ ecil.co.in କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ ପାଇଁ ଆବେଦନ ପ୍ରକ୍ରି୍ରୟା ଆରମ୍ଭ ହୋଇସାରିଛି । ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୧୬୨୫ ଖାଲି ପଦବୀ ରହିଛି ।
ଆଶାୟୀଙ୍କ ବୟସ ୩୦ ବର୍ଷ ହୋଇଥିବା ଦରକାର । ଆଇଟିଆଇ ମାର୍କ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ମାଧ୍ୟମରେ ଚୟନ କରାଯିବ । ଚୟନ ହେବା ପରେ ଦରମା ୨୦,୪୮୦ ରୁ ଆରମ୍ଭ ରହିଛି ।