ୱାସିଂଟନ୍: କିବ୍ରୁ ରୁଷ୍ ସେନା ପ୍ରତ୍ୟାହାର କରୁଥିବା ନେଇ ଯେଉଁ ଖବର ଦିଆଯାଉଛି ବାସ୍ତବରେ ତାହା ସମ୍ପୂର୍ଣ୍ଣ ମିଛ । ପ୍ରତ୍ୟାହାର ନୁହେଁ କେବଳ ସୈନ୍ୟ ସ୍ଥାନାନ୍ତର କରାଯାଉଥିବା ମଙ୍ଗଳବାର ୱାସିଂଟନ୍ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି କହିଛନ୍ତି । ତେଣୁ, ୟୁକ୍ରେନ୍ର ଅନ୍ୟାନ୍ୟ ଅଞ୍ଚଳ ପ୍ରତି ହେବାକୁ ଥିବା ଆକ୍ରମଣ ପ୍ରତି ଆମେ ଜାଗ୍ରତ ରହିବା ଉଚିତ ବୋଲି ଜନ୍କିର୍ବି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରୁଷ୍ ଘୋଷଣା କରିଛି ଯେ, ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ସଦ୍ୟ ଆଲୋଚନା ପରେ କିଭ୍ ଚତୁର୍ପାଶ୍ୱର୍ରୁ ଯୁଦ୍ଧର ତୀବ୍ରତା ହ୍ରାସ କରାଯାଉଛି। କିନ୍ତୁ, ପେଣ୍ଟାଗନ୍ କହିଛି ଯେ, ରୁଷ୍ର କିଭ୍ ଦଖଲ କରିବା ଏବଂ ୟୁକ୍ରେନ୍କୁ ଜିଣିବା ଲକ୍ଷ୍ୟ ବିଫଳ ହୋଇଛି ସତ କିନ୍ତୁ, ବୋମା ବର୍ଷଣ ଚାଲିଥିବାରୁ ଏବେ ବି ରୁଷ୍ କିଭ୍ ଆକ୍ରମଣ କରିପାରେ। ତେଣେ, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ମଧ୍ୟ କହିଛନ୍ତି, ୟୁକ୍ରେନୀୟମାନେ ଅନଭିଜ୍ଞ ଜନତା ନୁହନ୍ତି। ଏହି ୩୪ ଦିନର ଆକ୍ରମଣ ଏବଂ ଗତ ୮ ବର୍ଷ ହେବ ଡୋନ୍ବାସ୍ରେ ହେଉଥିବା ଯୁଦ୍ଧରୁ ସେମାନେ ବହୁତ କିଛି ଶିକ୍ଷା ପାଇଛନ୍ତି। କେବଳ ପ୍ରତିଶ୍ରୁତିର ପରିଣତି ହିଁ ସେମାନଙ୍କର ବିଶ୍ବାସଭାଜନ ହୋଇପାରିବ।