24.1 C
Bhubaneswar
Thursday, January 16, 2025
Homeଓଡିଶାପୁଣି ବଢ଼ିଲା ପେଟ୍ରୋଲ୍‌-ଡିଜେଲ୍ ଦର

ପୁଣି ବଢ଼ିଲା ପେଟ୍ରୋଲ୍‌-ଡିଜେଲ୍ ଦର

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭରୁ ୧୪୦ ଡଲାର୍ ପ୍ରତି ବ୍ୟାରେଲ୍ ଛୁଇଁଥିବା ଅଶୋଧିତ ତୈଳଦରରେ ସମ୍ପ୍ରତି ପାଖାପାଖି ୨୬% ହ୍ରାସ ଘଟିଛି । ଏହା ସତ୍ତ୍ୱେ କେନ୍ଦ୍ର ସରକାର ଦେଶରେ ପେଟ୍ରୋଲ୍‌-ଡିଜେଲ୍ ଦର ବୃଦ୍ଧି ଜାରି ରଖିଛନ୍ତି । ସରକାରୀ ତୈଳ ବିପଣନ କମ୍ପାନୀମାନେ ଗତ ୭ ଦିନ ମଧ୍ୟରୁ ୬ ଦିନ ତୈଳଦର ବୃଦ୍ଧି କରିଛନ୍ତି । ଆଜି ଅର୍ଥାତ୍ ସୋମବାରକୁ କେନ୍ଦ୍ର ସରକାର ପେଟ୍ରୋଲ୍ ଦରରେ ୩୦ ପଇସା ଓ ଡିଜେଲ୍ ଦରରେ ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନୂଆଦର ଆଜିଠାରୁ ଲାଗୁହୋଇଛି । ଆଜିର ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୯୯.୪୧ ଟଙ୍କା ଓ ଡିଜେଲ୍ ଦର ଲିଟର ପ୍ରତି ୯୦.୭୭ ଟଙ୍କାକୁ ବୃଦ୍ଧି ଘଟିଛି । ସରକାରୀ ତୈଳ ବିପଣନ କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପିଛା ୧୧୪.୧୭ ଟଙ୍କା ଓ ଡିଜେଲ୍ ଦର ଲିଟର ପ୍ରତି ୯୮.୪୮ ଟଙ୍କା, କୋଲ୍‌କାତାରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୮.୮୩ ଟଙ୍କା ଓ ଡିଜେଲ୍ ଦର ଲିଟର ପ୍ରତି ୯୩.୯୦ ଟଙ୍କା ଓ ଚେନ୍ନାଇରେ ପେଟ୍ରୋଲ୍ ଦର ଲିଟର ପିଛା ୧୦୫.୧୬ ଟଙ୍କା ଓ ଡିଜେଲ୍ ଦର ଲିଟର ପ୍ରତି ୯୫.୩୧ ଟଙ୍କା ରହିଛି । ଠିକ୍ ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ଲିଟର ପିଛା ୧୦୬.୦୬ ଟଙ୍କା ଓ ଡିଜେଲ୍ ଦର ଲିଟର ପ୍ରତି ୯୫.୯୬ ଟଙ୍କା ରହିଛି । ଉଲ୍ଲେଖନୀୟ ଯେ ସରକାର ଗତ ଦୀପାବଳି ପୂର୍ବ ଅବସରରେ ଉତ୍ପାଦ କର ହ୍ରାସ କରିଥିଲେ । ତତ୍‌ପରଠାରୁ ଦୀର୍ଘ ୧୩୭ ଦିନ ଧରି ତୈଳଦର ସ୍ଥିର ରହିଥିଲା । ଦେଶର ୫ଟି ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସରକାର ତୈଳଦର ସ୍ଥିର ରଖିଥିଲେ । ନିକଟରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ପାଇବା ଯୋଗୁଁ ସରକାରଙ୍କ ଉପରେ ତୈଳଦର ବୃଦ୍ଧି କରିବା ନେଇ ଚାପ ରହିଥିଲା । ଆଜିର ଏହି ବୃଦ୍ଧି ଗତ ଚାରିମାସର ସ୍ଥିରତା ପରେ ଗୋଟିଏ ସପ୍ତାହ ମଧ୍ୟରେ ଷଷ୍ଠତମ ବୃଦ୍ଧି । ପ୍ରଥମ ୪ ଥରରେ ଦର ୮୦ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା । ୫ମ ଥରରେ ପେଟ୍ରୋଲ୍‌ରେ ୫୦ ପଇସା ଓ ଡିଜେଲ୍‌ରେ ୫୫ ପଇସା ବୃଦ୍ଧି କରାଯାଇଥିଲା । ଏହି ଷଷ୍ଠଥର ବୃଦ୍ଧିରେ ପେଟ୍ରୋଲ୍ ଦରରେ ୪ ଟଙ୍କା ଓ ଡିଜେଲ୍ ଦରରେ ୪.୧୦ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking