16.1 C
Bhubaneswar
Friday, January 17, 2025
Homeଓଡିଶାକମ୍ ଋଣ ନେବାରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ

କମ୍ ଋଣ ନେବାରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨,୮୨୭ ଟଙ୍କା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣ ପରିମାଣ ୧ ଲକ୍ଷ ୬ ହଜାର କୋଟି ଟଙ୍କା ରହିଛି । ଋଣ କରି କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି । ତେବେ ସବୁଠୁ କମ୍ ଋଣ ନେବାରେ ଓଡ଼ିିଶା ଦେଶର ଦ୍ୱିତୀୟ ରାଜ୍ୟ । ମାର୍ଚ୍ଚ ୩୧ ପରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିିଶା ଏକ ନମ୍ବର ହେବ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ । ସୋମବାର ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ କଂଗ୍ରେସ ବିଧାୟକ ସୁରେଶଚନ୍ଦ୍ର ରାଉତରାୟଙ୍କ ମୂଳପ୍ରଶ୍ନ ଏବଂ ଶାସକ ସଭ୍ୟ ପ୍ରଦୀପ କୁମାର ଅମାତ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଅଧିନିୟମ,୨୦୦୫ ଅନୁଯାୟୀ ରାଜ୍ୟର ସ୍ଥିତି ଭଲ ଅଛି । ରାଜ୍ୟର ଋଣଭାର ଜିଏସ୍‌ଡିପିର ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ସହ ସୁଧ ଦେୟ ଓ ମୋଟ୍ ରାଜସ୍ୱର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବା ନିୟମ ରହିଛି ।

ତେଣୁ ଆର୍ôଥକବର୍ଷ ୨୦୧୦-୧୧ରୁ ୨୦୨୦-୨୧ପର୍ଯ୍ୟନ୍ତ ରାଜ୍ୟର ଋଣଭାର ଓ ଘରୋଇ ଉତ୍ପାଦର ଅନୁପାତ ୧୫-୨୦ ପ୍ରତିଶତ ଏବଂ ସୁଧ ଦେୟ ରାଜ୍ୟର ମୋଟ୍ ରାଜସ୍ୱର ଅନୁପାତ ୪-୯ ପ୍ରତିଶତ ମଧ୍ୟରେ ରହିଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି ସେସବୁ ଟଙ୍କା କେବଳ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉନାହିଁ । ରାଜ୍ୟର ଋଣ ପରିମାଣ ୧.୨୫ ଲକ୍ଷ କୋଟି ଏବଂ ଋଣ ଅର୍ଥରେ କର୍ମଚାରୀଙ୍କୁ ଦରମା ଦିଆଯାଉଛି ବୋଲି ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ସତ ନୁହେଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଋଣ ନେଇଥିଲେ ହେଁ ମାର୍ଚ୍ଚ ସୁଦ୍ଧା ୠଣ ପରିମାଣ ୧ ଲକ୍ଷ କୋଟି ଟଙ୍କା ଭିତରେ ରହିବ ।

ଏଫ୍‌ଆର୍‌ବିଏମ୍ ଆକ୍ଟ ଅନୁଯାୟୀ ରାଜ୍ୟର ଋଣ ଧାର୍ଯ୍ୟ ୨୫ ପ୍ରତିଶତ ଠାରୁ ବହୁତ ତଳେ ରହିଛୁ ବୋଲି ଶ୍ରୀ ପୁଜାରୀ ପ୍ରକାଶ କରିଥିଲେ । ଆଲୋଚନାରେ ଶାସକ ସଭ୍ୟ ଅମରପ୍ରସାଦ ଶତପଥୀ, କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ପ୍ରମୁଖ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ । ଅର୍ଥମନ୍ତ୍ରୀ ଉତ୍ତରରେ ପୁଣି କହିଥିଲେ, ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡ଼ିିଶା ଦେଶରେ ଏକ ନମ୍ବର ରାଜ୍ୟ । ହେଲେ ଋଣ କରିବାରେ ଦେଶରେ କର୍ଣ୍ଣାଟକ ତଳେ ଓଡ଼ିଶା ରହିଛି । ରାଜ୍ୟ ସରକାରଙ୍କର ଋଣର ସ୍ଥିତି ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ତଥା ରାଜ୍ୟ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଅଧିନିୟମ-୨୦୦୫ ଅନୁଯାୟୀ ଭଲଅଛି । ତେଣୁ ରାଜ୍ୟ ଦିନକୁଦିନ ଋଣ ଭାରରେ ବୁଡ଼ିିନାହିଁ । ସବୁଠୁ କମ୍ ଋଣ ନେବାରେ ଓଡ଼ିଶା ଆଗକୁ ନମ୍ବର ଏକ ରାଜ୍ୟହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ୍ୱ ଯୋଗୁଁ ଏହି ସଫଳତା ମିଳିଛି । ବିରୋଧୀଙ୍କ ଅଭିଯୋଗ ତଥ୍ୟ ଉପରେ ଆଧାରିତନୁହେଁ ବୋଲି ଅର୍ଥମନ୍ତୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking