ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଚମ୍ପଟ ଘଟଣାରେ ଥାନାର ୨ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ଥାନାର ଏଏସ୍ଆଇ ନିରଞ୍ଜନ ପ୍ରଧାନ, କନେଷ୍ଟବଳ ଏନ୍ଏନ୍ ପ୍ରଧାନ । ରାଜପଥରୁ ଡିଜେଲ୍ ଚୋରି ଅଭିଯୋଗରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ହାଜର ପାଇଁ ସେମାନଙ୍କୁ ହାଜତ ଭିତରେ ରଖାଯାଇଥିଲା । ହେଲେ ଥାନା କର୍ମଚାରୀଙ୍କ ଅସାବଧାନତା କାରଣବସତଃ ସମ୍ପୃକ୍ତ ୩ ଜଣ ଥାନା ହାଜତରୁ ଚମ୍ପଟ ମାରିଥିଲେ । ପୁଲିସ୍ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଉପରୋକ୍ତ ଏଏସ୍ଆଇ ଏବଂ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।