25.1 C
Bhubaneswar
Thursday, January 16, 2025
Homeଓଡିଶାଅଶ୍ଳୀଳ ଭିଡିଓ ଭାଇରଲ, ୫ ଗିରଫ

ଅଶ୍ଳୀଳ ଭିଡିଓ ଭାଇରଲ, ୫ ଗିରଫ

ମାଲକାନଗିରି: ମାଲକାନଗିରରି ଜିଲ୍ଲା କାଲିମେଳା ବ୍ଲକ୍‌ର ଏମ୍‌ଭି ୭୯ ପୋଲିସ ଜଣେ ଯୁବତୀଙ୍‌ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ୫ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାପଡ଼ିଛି । ସେମାନେ ହେଲେ ନାରାୟଣ ହାଲଦାର, ମାଧୁ ହାଲଦାର, ଏସ୍ କୃଷ୍ଣ ବାରୋଇ, ମମତା ମଣ୍‌ଣ୍ଡଳ ଏବଂ ଏବଂ ଅନିମା ବିଶ୍‌ଶ୍ୱାସ ।
ଏମ୍‌ଭି ୭୯ପୋଲିସର ଅନୁସନ୍ଧାନରେ ଏହା ଜଣାପଡ଼ିଲା ଯେ, ୨୩.୦୩.୨୦୨୨ ସକାଳେ ନାବାଳିକା ପୀଡ଼ିତାଙ୍କ ମୋଟୁ ଥାନା ଅଧୀନ ଏମ୍‌ପିଭି-୮୧,ଗାଁରେ ଥିବା ତାଙ୍କ ମାମୁଁଙ୍କ ଘରକୁ ଯାଇଥିଲେ । ସେହି ଦିନ ରାତି ପ୍ରାୟ ୮.୦୦ ସମୟରେ ରେ ଅଭିଯୁକ୍ତମାନେ ନାରାୟଣ ହାଲଦାର, ମମତା ମଣ୍ଡଳ, ଅନିମା ବିଶ୍ୱାସ ଏକ ନାଲି କଲର ବାଇକ୍‌ରେ ଏମ୍‌ପିଭି-୪୫ କୁ ଯାଇଥିଲେ ଏବଂ ପୀଡିତାଙ୍କୁ ତାଙ୍କ ମାମୁଁଙ୍କ ଘରୁ ଅପହରଣ କରି ଏମ୍‌ପିଭି-୪୫ ଛକ ରେ ପୀଡିତା କୁ ମୁଖ୍ୟ ଅଭିଯୁକ୍ତ ନିରଂଜନ ମାଜିଙ୍କୁ ହସ୍ତାନ୍ତର କରିଥିଲେ । ଏମ୍‌ପିଭି-୪୫ ଛକ ରୁ, ମୁଖ୍ୟ ଅଭିଯୁକ୍ତ ନାବାଳିକାକୁ ବିବାହ ଏବଂ ଅନ୍ୟତିକ ସମ୍ପର୍କ ଉଦ୍ଦେଶ୍ୟରେ ଅପହରଣ କରିଥିଲା । ଅଭିଯୁକ୍ତ ନିରଂଜନ ମାଜି ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ବେଳେ ଏହାର ଭିଡିଓ କରି ନେଇଥିଲେ । ଏହାସହ ବିଭିନ୍‌ନ୍ନ ହ୍‌ହ୍ୱାଟ୍‌ଟ୍ସ ଆପ୍ ଗ୍ର୍ରୁପ୍‌ରେ ଏହି ଅଶ୍ଳୀଳ ଭିଡିଓକୁ ସେୟାର୍ କରିଥିଲେ । ଅନୁସନ୍ଧାନ ବେଳେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ନିରଂଜନ ମାଝୀ ପୀଡିତାଙ୍କୁ ଭଲ ପାଉଥିଲେ ଏବଂ ସେ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ପୀଡିତାଙ୍କ ପିତା ବିବାହକୁ ବିରୋଧ କରୁଥିଲେ। ଅଭିଯୁକ୍ତ ବ୍ୟକ୍ତିମାନେ ହେଉଛନ୍ତି ନାରାୟଣ ହାଲଦାର, ମାଧୁ ହାଲଦାର, ଏସ୍ କୃଷ୍ଣ ବାରୋଇ । ଅଭିଯୁକ୍ତ ନିରଂଜନ ମାଜିଙ୍କ ସମ୍ପର୍କୀୟ ମମତା ମଣ୍ଡଳ ପୀଡିତାଙ୍କ ପିତାଙ୍କୁ ତାଙ୍କ ଝିଅକୁ ନିରଂଜନଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଥିଲେ ନଚେତ୍ ସେମାନେ ତାଙ୍କ ଝିଅକୁ ଅପହରଣ କରି ନିରଂଜନଙ୍କ ସହ ଜବରଦସ୍ତ ବିବାହ କରିବେ ବୋଲି ଚେତାବନୀ ଦେଇଥିଲେ । ନାରାୟଣ ହାଲଦାର ଏବଂ ମଧୁ ହାଲଦାର ପୀଡିତାଙ୍କ ପିତାକୁ ନିରଂଜନ ମାଝୀଙ୍କ ବ୍ୟତୀତ ବ୍ୟକ୍ତିଙ୍କ ସହିତ ବିବାହ ନକରିବାକୁ ଧମକ ଦେଇଛନ୍ତି କିମ୍ବା ନଚେତ୍ ସେ ଗାଁ ଗଚଠ-୮୧ ରେ ରହିପାରିବେ ନାହିଁ ବୋଲି ଅନେକଥର ଧମକଦେଉଥିଲା ସତ୍ତ୍ୱେ ପୀଡିତାର ପିତା ସେମାନଙ୍କ କଥା ପ୍ରତି ଧ୍ୟାନ ଦେଇନଥିଲେ ଜ୍ଝ ତେଣୁ ଅଭିଯୁକ୍ତମାନେ ପୀଡିତାଙ୍କୁ ଜବରଦସ୍ତ ବିବାହ କରିବା ପାଇଁ ସେମାନଙ୍କର ସାଧାରଣ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ସେମାନଙ୍କ ପୂର୍ବ ଯୋଜନା ଅନୁଯାୟୀ ନାରାୟଣ ହାଲଦାର, ମମତା ମଣ୍ଡଳ, ଅନିମା ବିଶ୍ୱାସ ଏମ୍‌ପିଭି-୪୫ କୁ ଯାଇ ପୀଡିତାଙ୍‌ଙ୍କୁ ଅପହରଣ କରି ପୀଡ଼ିତାଙ୍କୁ ତାଙ୍କ ବିବାହ ଏବଂ ଅସମ୍ପର୍କକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ ନିରଂଜନ ମାଜିଙ୍କୁ ଦେଇଥିଲେ। ନାରାୟଣ, ମମତା, ଅନିମା ବିସ୍ୱାସ୍, ମଧୁ ହାଲଦାର ଏବଂ ମୂଖ୍ୟ ଅଭିଯୁକ୍ତ ନିରଂଜନ ମାଝିଙ୍କୁ ତାଙ୍କ କାର‌୍ୟ୍ୟରେ ସଫଳତା ପାଇବା ପାଇଁ କୃଷ୍ଣ ବାରୋଇ ସାହାଯ୍ୟ କରିଥିଲେ। ଉପରୋକ୍ତ ଅଭିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ନିରଂଜନ ମାଜିଙ୍କୁ ଏପରି ଅଶ୍ଳୀଳ ଭିଡିଓ କ୍ୟାପଚର କରିବା ପାଇଁ ସହାୟତା ପ୍ରଦାନ କରିଥିଲେ ଏବଂ ହ୍‌ହ୍ୱାଟସ୍‌ଆପ୍ ମାଧ୍ୟମରେ ଏହାକୁ ଭାଇରାଲ୍ କରିଥିଲେ । ଏହି ସମସ୍ତ ମାମଲାର ପ୍ରମାଣ ଏବଂ ଅଭିଯୋଗ କାରି ଲିଖିତ ବୟାନକୁ ଭିତି କରି ଏମ ଭି୭୯ ପୁଲିସ୍ ମାମଲା ରୁଜୁ କରି ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking