କରଞ୍ଜିଆ: ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ଏହାର ପ୍ରଭାବରେ ଏବେ ଠୁ କେତେକ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହେଲାଣି । କିଛିଦିନ ତଳେ ମୟୂରଭଞ୍ଜର ଏକ ଜଙ୍ଗଲରେ କିଛିମାତ୍ରାରେ ନିଆଁ ଲାଗିଥିବା ବେଳେ ଏବେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ଦେଖିବାକୁ ମିଳିଛି । ଉତ୍ତର ଶିମିଳିପାଳର ଗୁଡ଼ୁଗୁଡ଼ିଆ, ତାଳବନ୍ଧ ରେଞ୍ଜର ଆଦି ୪ ସ୍ଥାନରେ ନିଆଁ ଲାଗିଥିବା ସ୍ପଷ୍ଟ ହୋଇଛି । ତେବେ ଟାଣ ଖରା ପାଇଁ ନିଆଁ ଲାଗିଛି ନା ଅନ୍ୟ କୌଣସି କାରଣ ପାଇଁ ତାହା ଜଣାପଡ଼ି ନାହିଁ । ବନ ବିଭାଗ ନିକଟରେ ଖବର ପହଞ୍ôଚବା ପରେ ସ୍ଥାନୀୟ ଅଗ୍ନିଶମ ସହାୟତାରେ ନିଆଁଲିଭା ଉଦ୍ୟମ ଜାରି ରହିଛି ।