24.1 C
Bhubaneswar
Monday, December 23, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ଚେନ୍ନାଇକୁ ହରାଇଲା କୋଲ୍‌କାତା

ଆଇପିଏଲ୍‌-୧୫: ଚେନ୍ନାଇକୁ ହରାଇଲା କୋଲ୍‌କାତା

ମୁମ୍ବାଇ: ଶନିବାରଠାରୁ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ ପାଇ ଦଳ ପ୍ରଥମ ଥର ପାଇଁ ଅଣଅଧିନାୟକ ଭାବେ ଖେଳୁଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୫ ୱିକେଟ୍ ବିନିମୟରେ ୧୩୧ ରନ୍ କରିଥିଲା । ଏହାର ଜବାବରେ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ୧୮.୩ ଓଭର୍‌ରେ ମାତ୍ର ୪ଟି ୱିକେଟ୍ ହରାଇ ୧୩୩ ରନ୍ କରି ବିଜୟୀ ହୋଇଛି ।

ଓପନର ଋତୁରାଜ ଗାଏକ୍ୱାଡ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବା ବେଳେ ଆଇପିଏଲ୍‌ରେ ଡେବ୍ୟୁ କରିଥିବା ଡେଭନ୍ କୋନୱେ ମାତ୍ର ୩ ରନ୍ କରି ବିଦାୟ ନେଇଥିଲେ । ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ରବିନ୍ ଉଥାପ୍ପା ୨ଟି ଲେଖାଏଁ ଚୌକା ଓ ଛକା ମଧ୍ୟରେ ୨୮ ରନ୍ କରିଥିଲେ ମଧ୍ୟ ଦଳ ୬୧ ରନ୍‌ରେ ପହଞ୍ଚିବା ବେଳକୁ ୫ ଜଣ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇସାରିଥିଲା । ଏହି ସମୟରେ ନୂଆ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ସହ ଧୋନି ଅବିଭାଜିତ ୭୦ ରନ୍ ଯୋଡ଼ି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ୭ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ଦୀର୍ଘ ୩ ବର୍ଷ ପରେ ଆଇପିଏଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିବା ଧୋନି ୫୦ ରନ୍ ଏବଂ ଜାଡେଜା ଶେଷ ବଲ୍ ଛକା ସହ ୨୬ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୫ ରନ୍ କରିଥିଲେ । କୋଲ୍‌କାତା ପକ୍ଷରୁ ଉମେଶ ଯାଦବ ୨ଟି ଏବଂ ବରୁନ୍ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

କୋଲ୍‌କାତା ପକ୍ଷରୁ ଦୁଇ ଓପନର ଆଜିଙ୍କ୍ୟ ରାହାଣେ ଓ ଭେଙ୍କଟେଶ ଆୟର୍ ୪୩ ରନ୍ ଯୋଡ଼ି ଦଳକୁ ବିଜୟ ଆଡ଼କୁ ନେଇଥିଲେ । ଅବଶ୍ୟ ୨ଟି ଚୌକା ସହ ୧୬ ଏବଂ ୨ଟି ଚୌକା ଓ ଗୋଟିଏ ଛକା ସହ ନୀତିଶ ରାଣା ୨୧ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ରାହାଣେ ୬ଟି ଚୌକା ଓ ଗୋଟିଏ ଛକା ସହ ଦ୍ରୁତ ୪୪ ରନ୍ ଯୋଡ଼ି ଦଳୀୟ ସ୍କୋର୍‌କୁ ୮୭ରେ ପହଞ୍ଚାଇଥିଲେ । ସେ ଆଉଟ୍ ହେବା ପରେ ସାମ୍ ବିଲିଙ୍ଗ୍‌ସ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୫ ରନ୍ କରିଥିଲେ । ଏହାଛଡ଼ା ଅଧିନାୟକ ଶ୍ରେୟସ୍ ଆୟର୍ ଗୋଟିଏ ଚୌକା ସହ ୨୦ ରନ୍ କରିବା ସହ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଚେନ୍ନାଇ ପକ୍ଷରୁ ଡ୍ୱେନ୍ ବ୍ରାଭୋ ୩ଟି ଓ ମିଚେଲ୍ ସାଌକ୍ଷଗ୍ଧ;ନର୍ ଗୋଟିଏ ୱିକେଟ୍ ନେଇଥିଲେ । ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ-୧୩୧/୫, ୨୦ ଓଭର୍ (ମହେନ୍ଦ୍ର ସିଂହ ଧୋନି ୫୦³, ରବିନ୍ ଉଥାପ୍ପା ୨୮, ରବୀନ୍ଦ୍ର ଜାଡେଜା ୨୬³, ଉମେଶ ଯାଦବ-୨୦/୨), କୋଲ୍‌କାତା-୧୩୩/୪, ୧୮.୩ ଓଭର୍ (ଆଜିଙ୍କ୍ୟ ରାହାଣେ ୪୪, ସାମ୍ ବିଲିଙ୍ଗ୍‌ସ ୨୫, ଡ୍ୱେନ୍ ବ୍ରାଭୋ ୨୦/୩) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking