26.1 C
Bhubaneswar
Saturday, January 18, 2025
Homeଓଡିଶାକେନାଲ ତଳୁ ଖପୁରୀ ମିଳିବା ଘଟଣା, କ୍ଲିନିକାଲ ଯାଞ୍ଚ ପାଇଁ ଏମ୍ସକୁ କୁ ପଠାଗଲା ନମୁନା

କେନାଲ ତଳୁ ଖପୁରୀ ମିଳିବା ଘଟଣା, କ୍ଲିନିକାଲ ଯାଞ୍ଚ ପାଇଁ ଏମ୍ସକୁ କୁ ପଠାଗଲା ନମୁନା

ଭୁବନେଶ୍ୱର: ରାଜଧାନୀରୁ ମିଳିଥିବା କଙ୍କାଳ ଖପୁରୀ କାହାର ମିଳିଥିବା କଙ୍କାଳ ଗୁଡ଼ିକ ପୁରୁଷଙ୍କର ନା ମହିଳାଙ୍କର କଙ୍କାଳ ଗୁଡ଼ିକର ସମ୍ପର୍କରେ ଜାଣିବା ପାଇଁ ଏମ୍ସ ପରୀକ୍ଷାଗାରକୁ ପଠାଇଲା ଖପୁରୀ । ଗତ ବୁଧବାର ଇଞ୍ଜଣା ଛକ ବ୍ରିଜ ନିକଟରୁ ୧୪ଟି ମଣିଷ ମୁଣ୍ଡ ଖପୁରି ସହ ଦେହର ହାଡକୁ ଠାବ ହୋଇଥିଲା । ଏହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିଛି । କଙ୍କାଳ କେଉଁ ଜାଗାର ଜାଣିବା ପାଇଁ ହାଡ଼ରେ ଲାଗିଥିବା ମାଟିର ପରୀକ୍ଷା କରାଯିବ । କଙ୍କାଳର ବୟସ ମଧ୍ୟ ରିପୋର୍ଟରୁ ଜଣାପଡ଼ିବ ।

କଙ୍କାଳର ବିଷୟରେ ସମସ୍ତ ସଠିକ ତଥ୍ୟ ଜାଣିବାକୁ ଅଧିକରୁ ଅଧିକ ତଦନ୍ତ ସହ ସମସ୍ତ ପ୍ରକାର ସାଇଣ୍ଟିଫିକ ଟେଷ୍ଟ କରାଯାଉଥିବା ବେଳେ ଏମ୍ସର ତଥ୍ୟ ପରେ ହିଁ କଙ୍କାଳ କାହାର ସ୍ପଷ୍ଟ ହୋଇପାରିବ । ଏଣୁ ଆମକୁ କିଛି ଅପେକ୍ଷା କରିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ । ଇଞ୍ଜଣା ଛକ ବ୍ରିଜ ନିକଟରୁ ଏଭଳି ଗଦା ହୋଇଥିବା ଖପୁରୀ ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ପୋଲିସକୁ ଖବର ଦେଇଥିଲେ । ଏହାପରେ ସାଇଣ୍ଟିଫିକ ଟିମ ସହ ସ୍ଥାନୀୟ ଆଇଆଇସି ଓ ତଦନ୍ତକାରୀ ଅଧିକାରୀ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା ।

ସେପଟେ ଘଟଣାକୁ ନେଇ ଦୁଇଟି ଦିଗ ସାମ୍ନାକୁ ଆସିଛି । ଗୋଟିଏ ହେଉଛି ମେଡିକାଲ କଲେଜର ପ୍ରାକ୍ଟିସ ପାଇଁ ଏପରି ମଣିଷ ଖପୁରୀ ହାଡ଼ ବ୍ୟବହାର କରାଯାଇପାରେ । କିମ୍ବା ଯଦି କେହି ଗୁଣିଆ ବା ତନ୍ତ୍ର ସାଧନା କରନ୍ତି ତାହାଲେ ଏପରି ହତ୍ୟା କରି ପକାଇ ଥାଇପାରନ୍ତି ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତରୁ ସନ୍ଦେହ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking