16.1 C
Bhubaneswar
Saturday, January 18, 2025
Homeଓଡିଶାପୁଣି ଅଲୋଡ଼ା ଶିଶୁକନ୍ୟା, ଉଦ୍ଧାର ପରେ ଡାକ୍ତରଖାନାରେ ଚାଲିଗଲା ଜୀବନ

ପୁଣି ଅଲୋଡ଼ା ଶିଶୁକନ୍ୟା, ଉଦ୍ଧାର ପରେ ଡାକ୍ତରଖାନାରେ ଚାଲିଗଲା ଜୀବନ

ଯାଜପୁର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଅଞ୍ଚଳରେ । ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ନିଛାଟିଆ ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥବା ସ୍ଥାନୀୟ ଅଞ୍ଚଳ ଲୋକେ ଦେଖିବାକୁ ପାଇଥିଲେ ।

ସ୍ଥାନୀୟ ଲୋକେ ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଆଶାକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ବଞ୍ଚାଇ ପାରିନାହାନ୍ତି । ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଶିଶୁକନ୍ୟାଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡି ଚାଲିଯାଇଛି ସେନେଇ ଘଟଣାର ଅଧିକ ତଦନ୍ତ ଚଳାଇଛି ବାଲିଚନ୍ଦ୍ରପୁର ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking