ନୂଆଦିଲ୍ଲୀ: ଜାରି ରହିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ମାସେ ପୂରିଛି । ତେବେ ମାସେ ପୂରିଥିବା ବେଳେ ଯୁଦ୍ଧ ପ୍ରଶମିତ ହେବାର କୌଣଷି ଆଶା ମଧ୍ୟ ଦେଖା ଯାଉନାହିଁ । ଏପଟେ ଋଷ ସେନାର ଆକ୍ରମଣରେ ଦୁର୍ଦ୍ଦଶା ଭୋଗୁଛନ୍ତି ୟୁକ୍ରେନର ସାଧାରଣ ନାଗରିକ । ମାତ୍ର ଗୋଟେ ପଟେ ବଞ୍ଚିବା ପାଇଁ ଲୋକ ସଂର୍ଘଷ କରୁଥିବା ବେଳେ ଋଷର ମିସାଇଲ ମାଡରେ ଶତାଧିକ ଲୋକ ପ୍ରାଣ ହରାଉଥିବା ୟୁକ୍ରେନ ଦାବି କରିଛି । ତେବେ ଗତ ସପ୍ତାହରେ ୟୁକ୍ରେନର ବନ୍ଦର ସହର ମାରିଆପୋଲରେ ଋଷର ମିସାଇଲ ମାଡରେ ୩ଶହ ଜଣଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି । ସେହିପରି ଗତ ସପ୍ତାହରେ ବନ୍ଦର ସହର ମାରିଆପୋଲର ଏକ ଡ୍ରାମା ଥିଏଟରରେ ଶତାଧିକ ସାଧରଣ ନାଗରକି ଆଶ୍ରୟ ନେଇଥିବା ବେଳେ ଋଷ ଏହା ଉପରେ ମିସାଇଲ ଆକ୍ରମଣ କରିଥିଲା । ଫଳରେ ଏହି ଆକ୍ରମଣରେ ପ୍ରାୟ ୩ ଶହରୁ ଅଧିକ ସାଧରଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ୟୁକ୍ରେନର ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆଜି କହିଛନ୍ତି । ଅନ୍ୟପଟେ ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ଏହି ଆକ୍ରମଣ ବିଭିନ୍ନ ରାଷ୍ଟ୍ର ବିରୋଧ କରିବା ସହ ବିଭିନ୍ନ ସ୍ଥାନରେ ଋଷ ବିରୋଧରେ ବିକ୍ଷୋଭ ମଧ୍ୟ କରୁଥିବା ଦେଖାଯାଇଛି । ଏଥିସହ ୟୁରୋପୀୟ ମହାସଂଘ ଆମେରିକ ସହ ବଡ ଗ୍ୟାସ କାରବାର ନେଇ ଏକ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି ।