ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ ଅଞ୍ଚଳରେ ଏକ ବିଭତ୍ସ ଘଟଣା ଦେଖିବାକୁ ମିଳିଛି । ଜମନକିରା ଥାନା କସଡ଼ା ଗାଁରେ ଜଣେ ଦୁର୍ବୃତ୍ତ ସେହି ଅଞ୍ଚଳର ଜଣେ ୮ ବର୍ଷର ଶିଶୁକନ୍ୟାକୁ ନୃଶଂସ ଭାବେ ଗଳାକାଟି ହତ୍ୟା କରିଛି । ଏତିକିରେ ମନ ଶାନ୍ତି ହେଲାନି ଯେ, ଦୁର୍ବୃତ୍ତ ଶିଶୁକନ୍ୟାର କଟାମୁଣ୍ଡ ଧରି ଗାଁ ବୁଲିବା ସହ ଲୋକଙ୍କୁ ନାନା ଧମକ ଚମକ ଦେଇଥିଲା । ଯୁବକର ଏଭଳି ଉନ୍ମତ୍ତକାଣ୍ଡରେ ଲୋକେ ଉତ୍ତ୍ୟକ୍ତ ହୋଇ ତାକୁ କାବୁ କରିବା ସହ ମାଡ଼ ମାରି ପୁଲିସ୍ ଜିମା ଦେଇଛନ୍ତି । ତେବେ ହତ୍ୟାକାରଣ ପ୍ରକୃତ ରହସ୍ୟ ଜଣାପଡ଼ିନଥିବା ବେଳେ ପୁଲିିସ୍ ଗାଁରେ ପହଞô୍ଚ ସମ୍ପୃକ୍ତ ଯୁବକକୁ ଗିରଫ କରିଛି ଏବଂ ଶିଶୁକନ୍ୟାର ମୃତଦେହ ଜବତ କରି ତଦନ୍ତ ଚଳାଇଛି ।