ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଓ ପୌର ପାଳିକାରେ ଭୋଟ୍ ଗ୍ରହଣ ସରିଛି । ରାଜ୍ୟ ନିର୍ବାଚନ କମିସନ୍ଙ୍କ ସୂଚନା ଅନୁସାରେ ପାଖାପାଖି ୬୫ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ଏତଦ୍ ବ୍ୟତୀତ ଭୁବନେଶ୍ୱର ମହାନଗର ନିଗମରେ ୫୦ ପ୍ରତିଶତ, କଟକ ମହାନଗର ନିଗମରେ ୬୫ ପ୍ରତିଶତ ଓ ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାନ ହୋଇଛି । ତେବେ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ପାଇଁ ପ୍ରାର୍ଥୀ ହୋଇଥିବା ୭୩ ଜଣ କାଉନସିଲର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିରେ ବିଜେପିରୁ ଜଣେ, କଂଗ୍ରେସରୁ ଜଣେ, ବିଜେଡିରୁ ୬୯ ଜଣ ଓ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି ।
୧୦୬ ପୌରାଞ୍ଚଳରେ ହାରାହାରି ୬୫ ପ୍ରତିଶତ ମତଦାନ : ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ୍