29.1 C
Bhubaneswar
Thursday, January 23, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍‌-ୟୁକ୍ରେନ୍ ଯୁଦ୍ଧ; ଆବଶ୍ୟକ ପଡିଲେ ପରମାଣୁ ଆକ୍ରମଣ ନିଶ୍ଚିତ: ରୁଷ୍‌

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ; ଆବଶ୍ୟକ ପଡିଲେ ପରମାଣୁ ଆକ୍ରମଣ ନିଶ୍ଚିତ: ରୁଷ୍‌

ମସ୍କୋ: ବୁଧବାର ସୁଦ୍ଧା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୨୯ ଦିନରେ ପହଞ୍ଚିଥିବାବେଳେ ରୁଷ୍ ସେନା ୟୁକ୍ରେନ୍‌ର ଏକାଧିକ ସହର ଉପରେ ଆକ୍ରମଣ ଜାରି ରଖିଛି । ଯଦି ଆବଶ୍ୟକ ପଡେ, ତେବେ ରୁଷ୍ ପକ୍ଷରୁ ପରମାଣୁ ଆକ୍ରମଣ କରାଯିବା ନିଶ୍ଚିତ ବୋଲି କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍ କହିଛନ୍ତି । ଏହି ଯୁଦ୍ଧକୁ ନେଇ ଆଗାମୀ ଦିନରେ ଯଦି ରୁଷ୍‌ର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ପରମାଣୁ ଅସ୍ତ୍ର ବ୍ୟବହାର କରିବାରେ ଆମେ ଆଦୌ ହେଳା କରିବୁ ନାହିଁ ବୋଲି ପେସ୍‌କୋଭ୍ ସ୍ପଷ୍ଟ କରିଛନ୍ତି ।

ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଲର୍ଟର୍ ରଖିବାକୁ ଫେବୃଆରୀ ୨୮ରୁ ନିର୍ଦ୍ଦେଶ ଦେଇସାରିଛନ୍ତି । ରୁଷ୍‌ର ଏଭଳି ଆଭିମୁଖ୍ୟ ସମଗ୍ର ବିଶ୍ୱ ପାଇଁ ବିପଦକୁ ଆହ୍ୱାନ କରିବା ସହ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାର ଖୋଲିବ ବୋଲି ପେଣ୍ଟାଗନ୍ ମୁଖପାତ୍ର ଜନ କିର୍ବି ଆଶଙ୍କାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking