27.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍ ଟାର୍ଗେଟରେ ୟୁକ୍ରେନ୍‌ର ୮ ସହର

ରୁଷ୍ ଟାର୍ଗେଟରେ ୟୁକ୍ରେନ୍‌ର ୮ ସହର

ମସ୍କୋ: ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହେବାପରଠାରୁ ରୁଷ୍ ପକ୍ଷରୁ ୟୁକ୍ରେନର ୮ଟି ପ୍ରମୁଖ ସହରକୁ ଟାର୍ଗେଟ କରାଯାଉଥିବା ଜଣାପଡିଛି । ଏଗୁଡିକ ହେଲା ରାଜଧାନୀ କିଏଭ୍‌, ମାରିୟୁପୋଲ୍‌, ଖେରସନ୍‌, ଖାର୍କିଭ୍‌, ସୁମି, ଚେର୍ନିହିଭ୍‌, ଚେର୍ନୋବିଲ୍ ଓ ଜାପୋରିଜ୍‌ଝିଆ । କିଏଭ୍ ଦଖଲ କରିବାକୁ ରୁଷ୍ ସେନା ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅସଫଳ ରହିଛି । ବନ୍ଦର ସହର ମାରିୟୁପୋଲ୍‌କୁ ରୁଷ୍ ସେନା ଦୀର୍ଘଦିନ ଧରି ଅବରୋଧ କରିଥିବାବେଳେ ଆକ୍ରମଣରେ ୨୨୦୦ରୁ ଊର୍ଦ୍ଧ୍ୱ ନାଗରିକ ପ୍ରାଣ ହରାଇଛନ୍ତି । ନାଇପର ନଦୀକୂଳରେ ଅବସ୍ଥିତ ଖେର୍‌ସନ ସହରରେ ରୁଷ୍ ସେନା ଆଧିପତ୍ୟ ଜାରି ରଖିଛି । ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହରଭାବେ ମାନ୍ୟତାଲାଭ କରିଥିବା ଖାର୍କିଭ୍ ରୁଷ୍ ଆକ୍ରମଣରେ ଏକପ୍ରକାର ଛିନ୍‌ଛତ୍ର ହୋଇପଡିଛି । ସୁମି ସହର ଉପରେ ପ୍ରବଳ ବୋମାମାଡ ଜାରି ରହିଥିବାବେଳେ ସହରର ଏକାଧିକ ପ୍ରମୁଖ ଅଟ୍ଟାଳିକା ଧରାଶାୟୀ ହୋଇଯାଇଛି । ପ୍ରବଳ ବୋମାମାଡ ଯୋଗୁଁ ଚେର୍ନିହିଭ୍ ସହରର ବିଦ୍ୟୁୃତ ସରବରାହ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଥିବାବେଳେ ଲୋକେ ଘନ ଅନ୍ଧକାରରେ କାଳାତିପାତ କରୁଛନ୍ତି । ରୁଷ୍ ବିମାନ ଆକ୍ରମଣରେ ଚେର୍ନୋବିଲ୍ ପରମାଣୁ କେନ୍ଦ୍ରଟି ଦୁଇ ଦୁଇଥର ଅକାମୀ ହୋଇପଡିଲାଣି । ମାର୍ଚ୍ଚ ୪ରେ ବୋମାମାଡରେ ଜାପୋରିଜ୍‌ଝିଆ ସହରରେ ଥିବା ପରମାଣୁ କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking