ନୂଆଦିଲ୍ଲୀ: ହତ୍ୟା ଅଭିଯୋଗରେ ତିହାର ଜେଲ୍ରେ ସଜ୍ଜା କାଟୁଥିବା ଅଲିମ୍ପିଆନ୍ ସୁଶୀଲ କୁମାର ଏବେ ଜେଲ୍ରେ ଥିବା ବନ୍ଦୀମାନଙ୍କୁ ଫିଟନେସ୍ ଏବଂ ରେସଲିଂ ଟ୍ରେନିଂ ଦେଉଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ପାଇ ସୁଶୀଳ କୁମାର ବର୍ତ୍ତମାନ ୬ରୁ ୭ ଜଣ କଏଦୀଙ୍କୁ କୁସ୍ତି ଶୈଳୀ ଶିଖାଉଥିବା ସୂଚନା ମିଳିଛି । ଜେଲର ଅଧିକାରୀଙ୍କ କହିବାନୁସାରେ, ଯଦି କୌଣସି କଏଦୀ ଶିଖିବାକୁ ଚାହାନ୍ତି ତେବେ ସେ ଶିଖିପାରିବେ । ଅଧିକାରୀ ଜଣକ କହିଛନ୍ତି ଯେ ଏହି ଯୋଜନା ପୂର୍ବରୁ କରାଯାଇଥିଲା କିନ୍ତୁ କରୋନା କାରଣରୁ ଏହା ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ କରୋନା ମାମଲା ହ୍ରାସ ପାଇବା ପରେ ଏହା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ୨୩ ମେ ୨୦୨୧ ରେ ଛତ୍ରସାଲ ଷ୍ଟାଡିୟମରେ ଧନକରଙ୍କ ହତ୍ୟା ମାମଲାରେ ଅଲିମ୍ପିଆନ୍ ସୁଶୀଲ କୁମାର ଏବଂ ସହଯୋଗୀ ଅଜୟ କୁମାର ସାଗରଙ୍କୁ ଗିରଫ କରାଯାଇଛି ।